Odisha news

ସାଇପାଲି ସମବାୟ ସମିତି ବ୍ୟାଙ୍କ ଆଗରେ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଧାରଣା

ପଦ୍ମପୁର(ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଳକ  ସାଇପାଲି ସମବାୟ ସମିତି ବ୍ୟାଙ୍କ ଅଧିନସ୍ଥ ପ୍ରାୟ ୨୨ ଜଣରୁ ଉର୍ଦ୍ଧ୍ବ ଚାଷୀ ବ୍ୟାଙ୍କ ସମ୍ମୁଖରେ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା  ଆହ୍ୱାନ କ୍ରମେ  ଧାରଣା ଦେଇଛନ୍ତି । ଚାଷୀ ମାନଙ୍କ ରବିଧାନ ବିକ୍ରି କରିବାକୁ ଟୋକନ ମିଳିଥିବା ବେଳେ ଅବଧି ସମୟ ଶେଷ  ଟୋକନ ଲେସ୍ପ ହୋଇ ଯାଇଥିବା ଯୋଗୁଁ ଚାଷୀ ଧାନ ବିକି ପାରି ନଥିବା ଅଭିଯୋଗ କରିଛନ୍ତି । ଆଜି ବ୍ୟାଙ୍କ ସମ୍ମୁଖରେ ଚାଷୀ ମାନେ ଧାରଣ ଦେଇ ଥିବା ବେଳେ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ କାନ୍ତ ମିଶ୍ର ଧାରଣା ରେ ସାମିଲ ହୋଇ ଚାଷୀ ମାନଙ୍କ ଧାନ ତୁରନ୍ତ ଉଠାଇବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ  କରିଛନ୍ତି । ଲୋକ ପ୍ରିୟ ରାଜ୍ୟ  ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମୋର ବିଜେପୁର ବୋଲି କହୁଥିବା ବେଳେ ଆଜି ବିଜେପୁର ଚାଷୀ ମାନଙ୍କ ଏ ଅବସ୍ଥା ବୋଲି ସମାଲୋଚନା କରିଛନ୍ତି ।  ବିଜେପୁର ଚାଷୀ ମାନେ ଯଦି ମଣ୍ଡିରେ  ଧାନ ବିକ୍ରି କରିବାକୁ ଯଦି ହଇରାଣ ହେଉଛନ୍ତି ତେବେ ମୂଖ୍ୟମନ୍ତ୍ରୀଙ୍କ ମୋର ବିଜେପୁର ବୋଲି କହିବା କେତେ ଦୂର ଯଥାର୍ଥ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଚାଷୀ ଙ୍କ ସମସ୍ୟା ର ସମାଧାନ ଓ ଚାଷୀ ମାନଙ୍କ ସ୍ଵାର୍ଥ ପାଇଁ ସେ ସବୁବେଳେ ସାମିଲ ହୋଇ ଚାଷୀ ଙ୍କ ଦାବି ପାଇଁ ଅହରହ ଚେଷ୍ଟିତ ରହିବି ବୋଲି ମତ ପ୍ରକାଶ କରିଛନ୍ତି ।  ଆଜିର ଧାରଣାରେ ଶୁକଦେବ ସାହୁ , ଭାସ୍କର ସାହୁ , ଚତୁର୍ଭୁଜ ସାହୁ , ଗୁଣନିଧି ସାହୁ , ଅକ୍ଷୟ ନାଏକ , ବୈଷ୍ଣବ ପଟେଲ , ଖଗେଶ୍ବର ପଟେଲ ,ବିଜୟ କୁମାର ସାହୁ , ରୋହିତ ପଟେଲ , ଗୋପାଳ ସାହୁ ,ଭୋଜରାଜ ସାହୁ ପ୍ରମୁଖ ଚାଷୀ ମାନେ ଧାରଣା ରେ ବସିଥିଲେ । ରାଜ୍ୟ ସରକାର ତୁରନ୍ତ ଚାଷୀମାନଙ୍କ ଧାନ ଉଠାଇବା କୁ ଦାବି କରିଛନ୍ତି ।
Ad2

Comments are closed.