Odisha news

କାହିଁକି ଶୀତଋତୁ ରେ ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ , କଣ ରହିଛି ଏହା ପଛର ବିଶେଷ କାରଣ

0
ଶୀତଋତୁ ରେ ଆମ ଖାଦ୍ୟ ଶୈଳୀ ସାମାନ୍ୟ ଭାବରେ ବଦଳି ଯାଇଥାଏ । ଆମେ ଏହି ଋତୁରେ ଗରମ ଖାଦ୍ୟ ସହିତ ଅଧିକ ତୈଳ ଯୁକ୍ତ ଓ ମିଠା ଜିନିଷ ସେବନ କରିଥାଉ । ଏବଂ ଏହା ତୁଳନାରେ ଖୁବ୍ କମ୍ ପାଣି ସେବନ କରିଥାଉ । ଏହି ଋତୁରେ ଅନେକ ବ୍ୟକ୍ତି ଅପଚ ର ସମ୍ମୁଖୀନ ହୋଇ ଥାଆନ୍ତି । ଶୀତଋତୁ ରେ ଆମର ମେଟାବୋଲିଯିମ୍ ଖୁବ୍ ସ୍ଲୋ ହୋଇ ଯାଇଥାଏ ଯାହାକି ଅପଚ ସମସ୍ୟାର ସମ୍ମୁଖୀନ କରାଇ ଥାଏ ।
ଆୟୁର୍ବେଦ ଅନୁସାରେ ଶୀତଋତୁ ରେ ଅପଚ ସମସ୍ୟା କୁ ଦୂର କରିବା ପାଇଁ ନିଜ ଖାଦ୍ୟରେ ଋତୁ ଜନିତ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ସାମିଲ କରିବା ଆବଶ୍ୟକ । ଶୀତଋତୁ ରେ ଏହି ସମୟର ଫଳ ଓ ପନିପରିବା ସେବନ କରିବା ଖୁବ୍ ହିତକର । ଆସନ୍ତୁ ଆଜି ଜାଣିବା ଶୀତଋତୁ ରେ କିଭଳି ପାଚନ ସମ୍ବନ୍ଧିତ ସମସ୍ୟା କୁ ଦୂର କରିବେ।
* ଯଦି ଆପଣ ଶୀତଋତୁ ରେ ଗ୍ୟାସ୍ ଓ ଏସିଡିଟି ସମ୍ବନ୍ଧୀୟ ସମସ୍ୟା ର ସମୁଖୀନ ହେଉଛନ୍ତି ତେବେ ଏହି ଋତୁର ଗୋଟିଏ ବିଶେଷ ପରିବା ମୂଳା ଅଟେ । ଯାହାକୁ ଆପଣ ନିହାତି ସେବନ କରିବା ଆବଶ୍ୟକ। ମୂଳା ଡାଇଯେଷ୍ଟିଭ୍ ସିଷ୍ଟମ କୁ ସୁରକ୍ଷିତ ରଖିଥାଏ ।
* ଶୀତଋତୁରେ ଯଦି ଆପଣ ଅପଚ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ନିଜ ସକାଳ ଖାଦ୍ୟ ରେ ନିହାତି ଅମୃତ ଭଣ୍ଡା ଓ ଡାଳିମ୍ବ ସାମିଲ କରନ୍ତୁ। ଏହା ଆପଣଙ୍କୁ ସୁସ୍ଥ ରଖିବା ସହିତ ଅପଚ ସମସ୍ୟା ଦୂର କରିଥାଏ ।
* ଶୀତଋତୁ ରେ ପାଚନ ସମସ୍ୟା କୁ ଠିକ୍ କରିବା ପାଇଁ ଉଚିତ୍ ମାତ୍ରାରେ ଜୀରା, ମେଥି ,
ଓ ଜୁଆଣି କୁ ଉଚିତ୍ ମାତ୍ରାରେ ପାଣି ରେ ମିଶାଇ ଫୁଟାଇ ନିଅନ୍ତୁ । ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଏହା ପାଚନ ସମସ୍ୟା କୁ ଠିକ୍ କରିଥାଏ ।
* ଶୀତଋତୁ ରେ ପାଚନ ସମସ୍ୟା ଠିକ୍ କରିବା ପାଇଁ, ସପ୍ତାହ କୁ ଥରଟିଏ ତ୍ରିଫଳା ଚୂର୍ଣ୍ଣ ସେବନ କରନ୍ତୁ । ଏହା ଦ୍ଵାରା ପାଚନ ସମସ୍ୟା ଠିକ୍ କରିଥାଏ ଏବଂ କୋଷ୍ଠ କାଠୀନ୍ୟ ସମସ୍ୟା ମଧ୍ୟ ଠିକ୍ ହୋଇଥାଏ ।
Nalco
Leave A Reply