ଆଜି ହେଉଛି ମାଘ ମାସର ଗୁରୁବାର । ଆଜିର ଦିନରେ ମାତା ଲକ୍ଷ୍ମୀ । ମାଘ ମାସ ମଧ୍ୟ ମାର୍ଗଶିର ଭଳି ଗୋଟିଏ ପ୍ରସିଧ ମାସ ଅଟେ । ଏହି ମାସରେ ଲକ୍ଷ୍ମୀ ଙ୍କୁ ବିଧି ବିଧାନ ଭାବରେ ପୂଜା କରାଯାଇ ଥାଏ । କୁହାଯାଏ ଯେ ମାଘ ମାସ ଗୁରୁବାର ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ନିଜ ଭକ୍ତ ମାନଙ୍କର ସମସ୍ତ ଦୁଃଖ ବ୍ୟାଧି ଦୂର କରନ୍ତି ।
* ମାଘ ମାସର ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘର ର ଉତ୍ତର ଦିଗ ରେ ଗୋଟିଏ କଳସ ସ୍ଥାପନା କରି ସେଥିରେ ଦୁବ ଓ ବରକୋଳି ପତ୍ର ଦେଇ ଲକ୍ଷ୍ମୀ ଙ୍କୁ ସ୍ମରଣ କରିବା ଦ୍ୱାରା ଦୁଃଖ ଦାରିଦ୍ର୍ୟ ଦୂର ହୋଇଥାଏ ।
* ଏହିଦିନ ଯଦି ଆପଣ ରକ୍ଷା ସୂତ୍ର ଘରର ମୁଖ୍ୟ ଦ୍ଵାରରେ ବାନ୍ଧିବେ ତେବେ ସମସ୍ତ ବିଘ୍ନ ଦୂର ହେବ । ଏହାଛଡା ନକାରାତ୍ମକ ଶକ୍ତି ମଧ୍ୟ ଦୂର ହେବ ।
* ମାଘ ମାସ ରେ ଲକ୍ଷ୍ମୀ ଙ୍କୁ ସ୍ମରଣ କରିବା ସମୟରେ ଯଦି ହାତରେ ଧଳା ପୁଷ୍ପ ଓ ହଳଦିଆ ପୁଷ୍ପ ଧରି ଲକ୍ଷ୍ମୀ ଙ୍କୁ ସ୍ମରଣ କରିବେ ତେବେ ଜୀବନ ରେ ସଫଳତା ହାସଲ କରିବେ ।
* କୁହାଯାଏ ଯେ ମାଘ ମାସ ଗୁରୁବାର ଦିନ ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ କୌଣସି ମିଠା ଖାଦ୍ୟ ପ୍ରସ୍ତୁତ କରି ପ୍ରସାଦ ଭାବରେ ଅର୍ପଣ କରନ୍ତୁ । ଏହାପରେ ଆପଣ ନିଜର ସକ୍ଷମ ଅନୁସାରେ ଅନ୍ନ ମଧ୍ୟ ଦାନ କରି ପାରିବେ । ଏହାଦ୍ବାରା ରୀଷ୍ଟ ଖଣ୍ଡନ ହୋଇଥାଏ ।
* ମାଘ ମାସର ପ୍ରତ୍ୟେକ ଗୁରୁବାର ଦିନ ଲକ୍ଷ୍ମୀ ଙ୍କୁ ପୂଜା କରିବା ସମୟରେ ” ଓଁ ହ୍ଲିଙ୍ଗ କ୍ଳିଂ ଲକ୍ଷ୍ମାଇ ସ୍ୱାହା” ଉଚ୍ଚାରଣ କରି ବେଲପତ୍ର ଅର୍ପଣ କରିବା ଦ୍ୱାରା ବିଘ୍ନ ଦୂର ହୋଇଥାଏ ଓ ଜୀବନ ରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ ।
* ଗୁରୁବାର ଦିନ ପୁରାଣର ବର୍ଣ୍ଣନା ଅନୁସାରେ କ୍ରୋଧ , ଘୃଣା , ଅହଙ୍କାର , ପର ନିନ୍ଦା ଇତ୍ୟାଦି କରିବା ଉଚିତ୍ ନୁହେଁ । ଏହାଦ୍ବାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି ।
* ଏହିଦିନ ଗୁରୁଜନ ଙ୍କ ଆଶୀର୍ବାଦ ନେବା ଆବଶ୍ୟକ ଯାହା ଜୀବନ ରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଆଣିଥାଏ । ତେଣୁ ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ଏହିଦିନ ଗୁରୁଜନ ଙ୍କ ଆଶୀର୍ବାଦ ନିଅନ୍ତୁ ।
