Odisha news

ପୁରୁଷ ମାନଙ୍କ ନିକଟରେ ଅତ୍ୟଧିକ ଓଜନ ବୃଦ୍ଧି ହୋଇପାରେ ମଳାଶୟ କ୍ୟାନ୍ସର ର କାରଣ : ରିସର୍ଚ୍ଚ

0

ଆଜିର ଓଜନ ବୃଦ୍ଧି ସମସ୍ୟା ମଣିଷ ଜୀବନ ରେ ଅନେକ ସଙ୍କଟ ନେଇ ଆସୁଛି l ମୋଟାପଣ ଅନେକ ଗୁଡିଏ ଦୁଃସପ୍ରଭାବ ର କାରଣ ମଧ୍ୟ ହୋଇ ଯାଉଛି l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଯେଉଁ ଲୋକମାନେ ଓଜନ ବୃଦ୍ଧି ର ସମୁଖୀନ ହୁଅନ୍ତି, ସେମାନେ ଧୀରେ ଧୀରେ ହୃଦରୋଗ, ମଧୁମେହ , ଆସ୍ଥମା ଭଳି ଅନେକ ଗୁଡିଏ କ୍ରୋନିକାଲ ଡିଜିଜ ରେ ପ୍ରଭାବିତ ହୋଇ ଯାଆନ୍ତି l ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ୧୯୯୦ ରୁ ୨୦୨୨ ମଧ୍ୟରେ ପାଖାପାଖି ୩୦ ବର୍ଷ ମଧ୍ୟରେ ମୋଟାପା ରେ ଗ୍ରାସିତ ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି l ଭବିଷ୍ୟତ ରେ ଏହା ଗମ୍ଭୀର ରୋଗ ର ମଧ୍ୟ କାରଣ ହେଉଛି l

ପ୍ରତିବର୍ଷ ମାର୍ଚ୍ଚ ମାସକୁ ବିଶ୍ୱ ସ୍ତରରେ ମୋଟାପା ଦିବସ ପାଳିତ ହୋଇଥାଏ, ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଲୋକ ମାନଙ୍କୁ ମୋଟାପା ବିଷୟରେ ଜାଗରଣ କରିବା l ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ନିଜର ଓଜନ ବୃଦ୍ଧି କୁ ନେଇ ପ୍ରତ୍ୟେକ ବ୍ୟକ୍ତି ଜାଗ୍ରତ ରହିବା ଜରୁରୀ l

ମୋଟାପା ଆଣିପାରେ ଜୀବନ ପ୍ରତି ବିପଦ –
– ମୋଟାପା ରେ ପୀଡିତ ବ୍ୟକ୍ତି ଙ୍କର ଟାଇପ -2 ମଧୁମେହ ରେ ପ୍ରଭାବିତ ହେବାର ଅଧିକ ସଂକେତ ରହିଥାଏ l ଟାଇପ -2 ମଧୁମେହ ରେ ରକ୍ତରେ ଗ୍ଲୁକୋଜ ର ସ୍ତର ବୃଦ୍ଧି ହୋଇଯାଇ ଥାଏ l ଏହି ରୋଗରେ ଅତି କମ ରେ ୧୦ ଟି ରୁ ୯ ଟି ମୋଟା ବ୍ୟକ୍ତି ଗ୍ରାସିତ ହୋଇ ଥାଆନ୍ତି l

– ଗବେଷକ ଙ୍କ ମତରେ ମୋଟାପା ରେ ଗ୍ରାସିତ ବ୍ୟକ୍ତି ଉଚ୍ଚ ରକ୍ତଚାପ, ରେ ପୀଡିତ ହେବାର ସମ୍ଭାବନା ବଢି ଯାଇଥାଏ l ଅଧିକ ଓଜନ ବୃଦ୍ଧି ହେଉଥିବା ଲୋକ ମାନଙ୍କର ହାର୍ଟ ଆଟାକ ଓ ଷ୍ଟ୍ରୋକ ଭଳି ସମସ୍ୟା ମଧ୍ୟ ହୋଇପାରେ l ଏବଂ ମୋଟାପା ଦ୍ୱାରା କିଡ୍ନୀ ମଧ୍ୟ ପ୍ରଭାବିତ ହୋଇପାରେ l

– କଣ ଆପଣ ଜାଣିଛନ୍ତି ଅତ୍ୟଧିକ ମୋଟାପା କ୍ୟାନ୍ସର ର ବିପଦ କୁ ଟାଣି ଆଣିଥାଏ ବୋଲି ଏହି ଅଧ୍ୟୟନ ରେ କୁହାଯାଇଛି l ମୋଟାପା କାରଣରୁ କ୍ୟାନ୍ସରଗ୍ରସ୍ତ  କୋଷିକା ଅନ୍ୟ ଅଙ୍ଗକୁ ମାଡି ଯାଇଥାଏ l  ଏହି ଅଧ୍ୟୟନ ରେ କୁହାଯାଇଛି ଯେ ଅତ୍ୟଧିକ ଓଜନ ବୃଦ୍ଧି କାରଣରୁ ପୁରୁଷ ମାନଙ୍କ ନିକଟରେ କୋଲନ କ୍ୟାନ୍ସର, ମଳାଶୟ ରେ କ୍ୟାନ୍ସର, ଓ ପ୍ରଷ୍ଟେଟ କ୍ୟାନ୍ସର କୋଷିକା କୁ ବିକଶିତ କରିଥାଏ l ଏବଂ ମୋଟାପା ଗ୍ରସ୍ତ ମହିଳା ଙ୍କ ନିକଟରେ ସ୍ତନ ଓ ଗର୍ଭାଶୟ କ୍ୟାନ୍ସର ର କାରଣ ହୋଇଥାଏ l

Leave A Reply