Odisha news

ପାରାଦୀପ ସ୍ଥିତ ଭାରତୀୟ ତଟରକ୍ଷୀ ବାହିନୀର ଆବାସିକ ଅଞ୍ଚଳରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକମାନଙ୍କ ବିକ୍ଷୋଭ

0

ପାରାଦୀପ : ପାରାଦୀପ ସ୍ଥିତ ଭାରତୀୟ ତଟରକ୍ଷୀ ବାହିନୀର ଆବାସିକ ଅଞ୍ଚଳରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକମାନେ ବିକ୍ଷୋଭ କରିଛନ୍ତି । ପ୍ରାୟ ୭୦ରୁ ଅଧିକ ଶ୍ରମିକ ଆଜି ଗେଟ୍ ଆଗରେ ଧାରଣା ଦେଇଥିଲେ । ଆବାସିକ ଅଞ୍ଚଳରେ ନିର୍ମାଣ ଚାଲିଥିବା ବେଳେ ସେମାନଙ୍କୁ କାମ କରିବା ପାଇଁ ଅନୁମତି ପ୍ରଦାନ କରା ଯାଉନଥିବାରୁ ଶ୍ରମିକମାନେ ଏମିତି ପଦକ୍ଷେପ ନେଇଛନ୍ତି ।

ଗତ ୧୭ ତାରିଖରେ କୋଭିଡ-୧୯ ହସ୍ପିଟାଲ ପରିଦର୍ଶନରେ ଆସି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫ଟି) ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ଏହି ଶ୍ରମିକମାନଙ୍କୁ ସାକ୍ଷାତ କରିଥିଲେ । ସେମାନେ ଶ୍ରୀ ପାଣ୍ଡିଆନଙ୍କୁ ଘରକୁ ଯିବା ପାଇଁ ବନେ୍ଦାବସ୍ତ କରିବାକୁ ଦାବି କରିଥିଲେ । ନଚେତ ପୂର୍ବ ପରି ଏଠାରେ ସେମାନଙ୍କୁ କାର୍ଯ୍ୟ କରାଇବା ପାଇଁ ଅନୁମତି ଦେବାକୁ ନିବେଦନ କରିଥିଲେ । ଏଣୁ ନିର୍ମାଣ କାମ ଯୋଗାଇ ଦେବା ପାଇଁ ଶ୍ରୀ ପାଣ୍ଡିଆନ ଶ୍ରମିକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ରାଜ୍ୟ ସରକାର ମଧ୍ୟ ସାମାଜିକ ଦୂରତା ବଜାଏ ରଖି କାର୍ଯ୍ୟ କରିବା ପାଇଁ ଶ୍ରମିକମାନଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ମାତ୍ର ଏହି ଶ୍ରମିକମାନେ ନିର୍ମାଣ କାର୍ଯ୍ୟ କରୁଥିବା ଅଞ୍ଚଳରୁ ତଟରକ୍ଷୀ ବାହିନୀ ସେମାନଙ୍କୁ ଅନୁମତି ପ୍ରଦାନ କରୁ ନାହାନ୍ତି । ଏଣୁ ଆଜି ଏହାକୁ ବିରୋଧ କରି ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାମ ଦିଅ ନଚେତ ଘରକୁ ଯିବା ପାଇଁ ବ୍ୟବସ୍ଥା କର ବୋଲି ସ୍ଲୋଗାନ ଦେଇଥିଲେ । ଦିନେ ଦୁଇ ଦିନ ମଧ୍ୟରେ ସେମାନଙ୍କୁ କାମ କରିବାକୁ ଅନୁମତି ପ୍ରଦାନ କରାଯିବ ବୋଲି ତଟରକ୍ଷୀ ବାହିନୀ ପକ୍ଷରୁ ପ୍ର୍ରତିଶ୍ରୁତି ଦେବା ପରେ ଶ୍ରମିକମାନେ ବିକ୍ଷୋଭରୁ ହଟିଥିଲେ ।

Leave A Reply