ବୟସ ବଢିବା ମାତ୍ରକେ ମହିଳା ମାନଙ୍କ ଶରୀର ରେ ଅନେକ ପରିବର୍ତନ ଦେଖା ଦେଇଥାଏ l ସେହି ପରିବର୍ତନ ମଧ୍ୟରୁ ଗୋଟିଏ ହେଉଛି ହର୍ମନ ଅସନ୍ତୁଳନ l ଏହି ସମସ୍ୟା ଗୋଟିଏ ଏଭଳି ସମସ୍ୟା ଯାହାକି ମଧ୍ୟ ବୟସ୍କ ମହିଳା ମାନଙ୍କ ନିକଟରେ ଦୀର୍ଘ ସମୟ ଧରି ଦେଖିବାକୁ ମିଳିଥାଏ l ହର୍ମନ ଅସନ୍ତୁଳନ କାରଣରୁ ଥାଇରଏଡ଼ ସମସ୍ୟା ଓ ବାଞ୍ଝ ପଣ ସମସ୍ୟା ଦେଖା ଦେଇଥାଏ l ଏହି ସମୟରେ ମହିଳା ମାନେ ଅନିୟମିତ ଋତୁସ୍ରାବ ର ଶିକାର ହୋଇ ଥାଆନ୍ତି l ଆସନ୍ତୁ ଆଜି ଜାଣିବା ମଧ୍ୟ ବୟସ୍କା ମହିଳା ମାନଙ୍କ ନିକଟ ରେ କାହିଁକି ହର୍ମନ ଅସନ୍ତୁଳନ ଦେଖା ଦେଇଥାଏ ଓ ଏହାର ଉପଚାର କଣ ରହିଛି l
– ମଧ୍ୟ ବୟସ୍କା ମହିଳା ମାନଙ୍କ ନିକଟ ରେ ହର୍ମନ ଅସନ୍ତୁଳନ କାରଣରୁ ଓଜନ ବୃଦ୍ଧି ହୋଇଥାଏ , ମାନସିକ ଚାପ ବୃଦ୍ଧି ହୋଇଥାଏ , ଚିଡି ଚିଡା ଭାବ ବୃଦ୍ଧି ହୋଇଥାଏ l ମାନସିକ ସ୍ଥିତି ଠିକ ରହି ନଥାଏ l
– ଏହାଛଡ଼ା ମଧ୍ୟ ବୟସ୍କା ମହିଳା ମାନଙ୍କ ନିକଟରେ ହର୍ମନ ଅସନ୍ତୁଳନ ହେବା ଦ୍ୱାରା ମୁଡ଼ ସୁଇଙ୍ଗ , ନିଦ୍ରା ହୀନତା , ଯୌନ ଇଚ୍ଛା ହ୍ରାସ , ଓଜନ ବୃଦ୍ଧି , ଥକା ଲାଗିବା , ମୁହଁ ରେ ବ୍ରଣ ଉଠିବା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ l
– କିପରି ନିଜକୁ ରଖିବେ ସୁସ୍ଥ :-
* ଏହି ସମୟରେ ନିୟମିତ ରକ୍ତ ପରୀକ୍ଷା କରି ଥାଇରଏଡ଼ ଯାଞ୍ଚ କରିବେ l ଇହାଛଡା କଲେଷ୍ଟ୍ରାଲ ଓ ଗ୍ଲୁକୋଜ ସ୍ତର ଯାଞ୍ଚ କରିବେ l
* ଏହି ସମୟରେ ଗର୍ଭାଶୟ କ୍ୟାନ୍ସର କିମ୍ବା ସ୍ତନ କର୍କଟ ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ l ତେଣୁ ନିୟମିତ ଚେକ ଅପ କରାନ୍ତୁ l
* ନିଜ ଖାଦ୍ୟ ରେ ଚା, କଫି , ଚକଲେଟ , କୋଲଡ଼ଡ୍ରିଂକ୍ସ ଇତ୍ୟାଦି ସାମିଲ କରାନ୍ତୁ , ଯାହାଦ୍ୱାରା ଏଡ୍ର ନାଲ ଗ୍ରନ୍ଥୀ ଅଧିକ ସକ୍ରିୟ ହୋଇ ଯାଇଥାଏ l ହର୍ମନ ଶ୍ରାବ ହୋଇଥାଏ l
* ପୋଷାକ ଯୁକ୍ତ ଖାଦ୍ୟ ଗ୍ରହଣ କରାନ୍ତୁ , ଯାହାଦ୍ୱାରା ଆପଣଙ୍କୁ ଭିଟାମିନ , ମିନେରାଲ୍ସ ଓ ପ୍ରୋଟିନ ଇତ୍ୟାଦି ମିଳି ପାରିବ l
* ନିଜ ଆହରରେ ବିସେଷ ଭାବରେ ବ୍ରକୋଳି, ଗାଜର ଓ ପତ୍ର କୋବି ର ମାତ୍ରା ବଢ଼ାଇ ଦିଅନ୍ତୁ l
* ଗ୍ରୀନ ଟି ନିୟମିତ ସେବନ କରାନ୍ତୁ l ଯାହାକି ପ୍ରକୃତିକ ଭାବରେ ହର୍ମନ କୁ ସନ୍ତୁଳନ ରଖିଥାଏ l
* ସପ୍ତାହ କୁ ୩ଦିନ୍ ଧରି ଓଟ୍ସ ଓ ଦହି ସେବନ କରାନ୍ତୁ l ଯାହାକି ଆପଣଙ୍କ ଓଜନ ହ୍ରାସ କରିବ l
* ତୈଳ ଯୁକ୍ତ ଖାଦ୍ୟ , ଜଙ୍କ ଫୁଡ , ମଦ୍ୟ ପାନ , ଧୂମ୍ର ପାନ ଇତ୍ୟାଦି ଠାରୁ ଦୂରେଇ ରୁହନ୍ତୁ l
* ନିୟମିତ ୩୦ ମିନିଟ ପାଇଁ ବ୍ୟାୟାମ କିମ୍ବା ଯୋଗାସନ କରାନ୍ତୁ l