Odisha news

ବର୍ତମାନ କାଙ୍ଗାଳ ପାକିସ୍ତାନ ପରମାଣୁ ବୋମା ବିକ୍ରୀ କରି ଦେବ ଦେଶ ବାସୀ ଙ୍କ ପାଟିରେ ଦାନା

0

ନୂଆଦିଲ୍ଲୀ  :  ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାରୀ ସମ୍ପତି ସାରିବାକୁ ବସିଛି l ନିଜର ସ୍ଥିତି ସୁଧାରିବା ପାଇଁ ବର୍ତମାନ ପାକିସ୍ତାନ କୁ ନା ମିଳୁଛି IMF, ନା ମିଳୁଛି ବିଶ୍ୱ ବ୍ୟାଙ୍କ ରୁ ଋଣ , ନା ମିଳୁଛି ସାଉଦି ଆରବ ଓ ଚୀନ ଙ୍କ ଭଳି ମିତ୍ର ରାଷ୍ଟ୍ରର ସହାୟତା ପ୍ୟାକେଜ l ଏପରି ସ୍ଥିତି ରେ ପାକିସ୍ତାନୀ ସେନା ଓ ISI ର ନିକଟତର ଜୈଦ ହାମିଦ ପାକ ସରକାର ଙ୍କୁ ପରମାଣୁ ବୋମା ବିକିବା ପାଇଁ ପରାମର୍ଶ ଦେଇଛନ୍ତି l ହାମିଦ କହିଛନ୍ତି ଯଦି ତୁର୍କୀ ଓ ସାଉଦି ଆରବ କୁ ଆମେ ୫ ଟି ପରମାଣୁ ବୋମା ବିକ୍ରୀ କରିଦେବା ତେବେ ଆମକୁ ଆର୍ଥିକ ସହାୟତା ମିଳିଯିବ l

ବର୍ତମାନ ପ୍ରଶ୍ନ ଉଠୁଛି କଣ ପାକିସ୍ତାନ ନିଜର ପରମାଣୁ ହତିଆର କୁ ବିକ୍ରୀ କରି ନିଜର ଆର୍ଥିକ ସ୍ଥିତି ସୁଧାରିବ ? ଯଦି ହଁ ତେବେ କେତେ ଟଙ୍କା ରୋଜଗାର କରିପାରିବ ? ବିଶେଷ ଭାବେ ପରମାଣୁ ବୋମା ରେ ବ୍ୟବହାର ରେ ପ୍ରୟୋଗ ହୋଇଥିବା ୟୁରେନିୟମ ଓ ପ୍ଲୁଟୋନିୟମ ଦୁନିଆରେ ଖୁବ କମ୍ ଜାଗାରେ ମିଳିଥାଏ ଓ ଏହି ୨ ଟି ଜିନିଷ ମଧ୍ୟ ଖୁବ ଅଧିକ ମୂଲ୍ୟ ର ଅଟେ ଓ ଅଧିକ ମୂଲ୍ୟ ରେ ବିକ୍ରୀ ହୋଇଥାଏ l ଡିଫେନ୍ସ ଏକ୍ସପାର୍ଟ ଙ୍କ ମତରେ ୟୁରେନିୟମ କୁ ଶୁଦ୍ଧ କରି ପରମାଣୁ ବୋମା ପ୍ରସ୍ତୁତ କରାଯାଇ ଥାଏ l ଇହାଛଡା ଇସଲାମିକ ରାଷ୍ଟ୍ର ମାନଙ୍କ ମଧ୍ୟରେ ପାକିସ୍ତାନ ଗୋଟିଏ ମାତ୍ର ଦେଶ ଯାହା ପାଖରେ ଏହି କ୍ଷମତା ରହିଛି l ସେଥି ପାଇଁ ପାକିସ୍ତାନ ନିଜକୁ ପରମାଣୁ ସମ୍ପର୍ଣ ଭାବିଥାଏ l
ଏହି ପରିପ୍ରେକ୍ଷୀ ରେ ହାମିଦ କହିଛନ୍ତି ଯେ ” ଯଦି ପାକିସ୍ତାନ ୫ ଟି ପରମାଣୁ ବୋମା ସଉଦି ଅରବ କୁ ବିକ୍ରୀ କରିବ ତେବେ ଆମକୁ ୨୫ ଆରବ ଡଲାର ମିଳିଯିବ ଓ ଯଦି ତୁର୍କୀ କୁ ବିକ୍ରୀ କରିବ ତେବେ ୨୦ ଆରବ ଡାଲାର ମିଳିଯିବ l

Leave A Reply