Odisha news

ଆଜିକାଲି କାହିଁକି ବଢିବାକୁ ଲାଗିଛି ଏକ୍ସଟ୍ରା ମରିଟାଲ ଅଫେୟାର ? କଣ ରହିଛି ଏହା ପଛର କାରଣ

0
ବିବାହ ଗୋଟିଏ ପବିତ୍ର ବନ୍ଧନ ଏହାକୁ ଆମେ କେହି ମଧ୍ୟ ଏଡାଇ ପାରିବା ନାହିଁ l କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଏକ୍ସଟ୍ରା ମାରିଟାଲ ଅଫେୟର୍ସ ଦୁନିଆ ରେ ବଢିବାରେ ଲାଗିଛି l ଯାହାକି ଗୋଟିଏ ଚିନ୍ତା ବୃଦ୍ଧିର କାରଣ ହୋଇଛି l ଏକ୍ସଟ୍ରା ମାରିଟାଲ ଅଫେୟର୍ସ ଯୋଗୁଁ ଅନେକ ଜୀବନ ପ୍ରଭାବିତ ହେବା ସହିତ ଅନେକ ପରିବାର ମଧ୍ୟ ଭାଙ୍ଗିବାରେ ଲାଗିଛି l
କିନ୍ତୁ ଆପଣ କଣ କେବେ ଭାବିଛନ୍ତି ପୁରୁଷ ହେଉ କିମ୍ବା ନାରୀ ବିବାହ ର ଅନେକ ବର୍ଷ ପରେ ମଧ୍ୟ କାହିଁକି ଏକ୍ସଟ୍ରା ମାରିଟାଲ ଅଫେୟାର୍ସ ସୃଷ୍ଟି ହେଉଛି ? ଏହା ପଛରେ ଏପରି କେଉଁ କାରଣ ରହିଛି ? ବିବାହିତ ହୋଇ ମଧ୍ୟ କାହିଁକି ମହିଳା ଓ ପୁରୁଷ ଅନ୍ୟ ଗୋଟିଏ ଅଜଣା ବ୍ୟକ୍ତି ର ନିକଟତର ହେଉଛନ୍ତି l
ଆଜି ଆସନ୍ତୁ ଜାଣିବା କାହିଁକି ଗଢି ଉଠୁଛି ଏକ୍ସଟ୍ରା ମାରିଟାଲ ଅଫେୟର୍ସ ଓ ଏହା କେତେ ପ୍ରକାରର ରହିଛି l
* ଇମୋସନାଲ ଅଫେୟର୍ସ ଯାହାକି ଗୋଟିଏ ନାରୀ କିମ୍ବା ପୁରୁଷ କୁ ଅଧିକ ସ୍ନେହ ପାଇଁ ବାନ୍ଧିଥାଏ l ଏଭଳି ସମ୍ପର୍କ ମାନସିକ ସ୍ତରରେ ଅଧିକ ବାନ୍ଧି ରଖିଥାଏ l ଏହି ସ୍ଥାନରେ ଶାରୀରିକ ସମ୍ପର୍କ ର କୌଣସି ମହତ୍ୱ ନଥାଏ l
* ୱାନ ନାଇଟ ଷ୍ଟାଣ୍ଡ ଅଫେୟର୍ସ ଗୋଟିଏ ଏଭଳି ଅଫେୟର୍ସ ଯାହାକି ମହିଳା ଓ ପୁରୁଷ କେବଳ କ୍ଷଣିକ ସୁଖ ଦେଇଥାଏ l
* ସମସ୍ତ ପ୍ରକାର ଅଫେୟାର ମଧ୍ୟରେ ରିଭେଞ୍ଜ ଅଫେୟାର ସବୁଠୁ ଭୟଙ୍କର ଅଟେ l ଏହା କେବଳ ମଣିଷ ମାନଙ୍କ ମଧ୍ୟରେ ଘୃଣା ଭରି ଦେଇଥାଏ , ଯାହାକି ଉଭୟ ମହିଳା ଓ ପୁରୁଷ ଙ୍କ ଜୀବନ ନଷ୍ଟ କରିଥାଏ l
* ଯେଉଁ ବ୍ୟକ୍ତିମାନେ ନିଜ ବୈବାହିକ ଜୀବନ ରେ ଖୁସି ନଥାଆନ୍ତି ସେମାନେ ଲଭ ଆଡିକ୍ଟସ୍ ଅଫେୟର୍ସ ର ସମୁଖୀନ ହେଉଛନ୍ତି l
ଏକ୍ସଟ୍ରା ମାରିଟାଲ ବୃଦ୍ଧି ହେବାର କାରଣ କଣ ରହିଛି ?-:
* ଆଜିକାଲି ପ୍ରାୟ ସମସ୍ତେ ନିଜର ପ୍ରଫେସନାଲ ଲାଇଫ କୁ ନେଇ ଏତେ ଅଧିକ ବ୍ୟସ୍ତ ରହୁଛନ୍ତି ଯେ ନିଜର ବୈବାହିକ ଜୀବନ କୁ ଅଣଦେଖା କରୁଛନ୍ତି l ଏହା ବିଶେଷ ଭାବେ ୨୫-୩୦ ବର୍ଷ ଆୟୁ ବର୍ଗ ରେ ଦେଖା ଯାଉଛି l
* ଯଦି ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଇମୋସନାଲ ଅଟଚମେଣ୍ଟ କମିବାକୁ ଲାଗୁଛି ତେବେ ଏକ୍ସଟ୍ରା ମାରିଟାଲ ଅଫେୟର୍ସ ବୃଦ୍ଧି ପାଉଛି l
* ଯେଉଁ ମହିଳା କିମ୍ବା ପୁରୁଷ ଙ୍କ ର ବିବାହ ବୟସ ହୋଇ ଯାଉଛି କିନ୍ତୁ ବିବାହ କରିପାରୁ ନାହାନ୍ତି ସେମାନେ
ଏକ୍ସଟ୍ରା ମାରିଟାଲ ଅଫେୟର୍ସ ର ଶିକାର ହେଉଛନ୍ତି l
* କିଛି ମହିଳା କିମ୍ବା ପୁରୁଷ ଯଦି ନିଜର୍ ବୈବାହିକ ଜୀବନରେ ଶୁଖି ନଥାଆନ୍ତି ତେବେ ଏକ୍ସଟ୍ରା ମରିଟାଲ ଅଫେୟର୍ସ ଦେଖା ଦେଇଥାଏ l
* ଯେତେବେଳେ ପୁରୁଷ କିମ୍ବା ନାରୀ ଅଚାନକ ମାତା ପିତା ହୋଇ ଥାଆନ୍ତି ସେମାନେ ଅଚାନକ ଭାବରେ ସାମ୍ପ୍ରତିକ ପରିସ୍ଥିତି କୁ ସମୁଖୀନ କରିପାରି ନଥାଆନ୍ତି ଯେଉଁ କାରଣରୁ
ଏକ୍ସଟ୍ରା ମରିଟାଲ ଅଫେୟର୍ସ ହୋଇଥାଏ l
* ଯଦି ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କିଛି ଅସନ୍ତୋଷ ଦେଖା ଦେଉଛି ତେବେ ଶାନ୍ତି ରେ ବସି ସମାଧାନା କରନ୍ତୁ l ନଚେତ ଏହା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦୂରତା ଆଣିଥାଏ ଓ ଏକ୍ସଟ୍ରା ମାରିଟାଲ ଅଫେୟର୍ସ ର କାରଣ ହୋଇଥାଏ l

Leave A Reply