Odisha news

ଭିଡ଼ିଓ କନ୍‍ଫରେନ୍ସିଂରେ ସମୀକ୍ଷା କଲେ କୃଷି ମନ୍ତ୍ରୀ ଡ. ସାହୁ ଚାଷୀମାନେ କୃଷିଉତ୍ପାଦର ଉଚିତ ମୂଲ୍ୟ ପାଇବା ଦିଗରେ କୃଷି ଅଧିକାରୀମାନେ ସ୍ୱତ ନ୍ତ୍ର ଧ୍ୟାନ ଦ ଅି ନ୍ତୁ :ମନ୍ତ୍ରୀ ଡ. ସାହୁ

0

ଭୁବନେଶ୍ୱର : ୧୪ ଅପ୍ରେଲ୍‍,୨୦୨୦ : ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱ, ଦେଶ ତଥା ଆମ ରାଜ୍ୟ କରୋନା ଭୂତାଣୁ ସଂକ୍ରମଣ ହେତୁ
ଏକ ଅଭାବନୀୟ ପରିସ୍ଥିତି ଦେ ଇ ଗତି କରୁଥିବା ବେ ଳେ ସଂକ୍ରମଣକୁ ମୁକାବିଲା କରିବା ଦିଗରେ ଓଡ଼ିଶା ସମେତ ସମଗ୍ର ଦେଶରେ ଲକଡାଉନ ଘୋଷଣା କରାଯାଇଛି । ତେବେ କୃଷି ଅର୍ଥନୀତିର ମେରୁଦଣ୍ଡ ହୋଇଥିବାରୁ ଓ ରାଜ୍ୟର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱର୍ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କୃଷି କାର୍ଯ୍ୟ ସହିତ ଜଡିତ ଥିବାରୁ କୃଷି କାର୍ଯ୍ୟକୁ ଲକଡାଉନ କଟକଣାରୁ କୋହଳ କରାଯାଇଛି । କୃଷି କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖି ସମସ୍ତ କୃଷି କାର୍ଯ୍ୟ, ଅମଳ ପରିବହନ ଓ ବିକି୍ରବଟା କାର୍ଯ୍ୟ କରାଯିବ । ଏଥିପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି ଏବଂ ଏହି ମାର୍ଗଦର୍ଶିକା ଯେପରି ତୃଣମୂଳ ସ୍ତରରେ ପହଞ୍ଚି ପାରିବ ଏବଂ ଏହି ବିଶେଷ ପରିସ୍ଥିତିକୁ କିପରି ନିୟନ୍ତ୍ରଣରେ ଅଣାଯାଇପାରିବ ସେଥିପାଇଁ ପ୍ରତ୍ୟେକ ସ୍ତରରେ ତତ୍ପରତା ପ୍ରଦର୍ଶନ ପୂର୍ବକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି କୃଷି ଭବନଠାରେ ଆୟୋଜିତ ଏକ ଭିଡିଓ କନଫରେନସିଂ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାରେ କୃଷି କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ ଏଥିରେ ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ଏବଂ ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକମାନେ ଯୋଗଦେଇଥିଲେ । ରବି ଫସଲ ଅମଳ, ଖରିଫ ଚାଷ ଏବଂ କୃଷିଜାତ ଦ୍ରବ୍ୟର ବିକି୍ରବ ଟା ଦ ଗି ରେ ଚାଷୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ସତର୍କ ରହିବା ପାଇଁ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀମାନେ ଉତ୍ପାଦିତ ଦ୍ରବ୍ୟର ଯେପରି ଉଚିତ ମୂଲ୍ୟ ପାଇପାରିବେ ସେଥିପ୍ରତି କ ଷୃି ଅଧିକାରୀମାନ ଙ୍କୁ ସ୍ୱତ ନ୍ତ୍ର ଧ୍ୟାନ ଦେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲୋ କୃଷି ସମ୍ବନ୍ଧୀୟ ସମସ୍ତ ସୂଚନା ଯେପରି ଚାଷୀମାନଙ୍କ ନିକଟରେ ସହଜରେ ଓ ସୁବିଧାରେ ପହଞ୍ଚିପାରିବ ସେଥିନିମନ୍ତେ ସୋସିଆଲ ମେଡ଼ିଆରେ ବହୁଳ ବ୍ୟବହାର ନିମନ୍ତେ ମନ୍ତ୍ରୀ ଡ. ସାହୁ କହିଥିଲେ । ପ୍ରତି
ପଞ୍ଚାୟତରେ ୧୦୦ ରୁ ୨୦୦ ଚାଷୀମାନଙ୍କ ହ୍ୱାଟସଅପ୍‍ ଗ୍ରୁପ ଗଠନ କରି ସାରା ରାଜ୍ୟରେ ଅନ୍ତତଃ ପକ୍ଷେ ୧୦ ଲକ୍ଷ ଚାଷୀଙ୍କୁ କୃଷି ସୂଚନା ଯୋଗାଇଦେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।  ଚାଷୀମାନେ ବିଶେଷ କରି ପରିବା ଓ ଫଳଚାଷୀମାନେ ଯେପରି ସୁବିଧାରେ ବା ଉତ୍ପଦିତ ଦ୍ରବ୍ୟ ବିକି୍ର କର ପିାରିବେ ସେଥିନିମନ୍ତେ ସମ୍ପୃକ୍ତ କୃଷି ଅଧିକାରୀମାନେ ନିୟନ୍ତ୍ରିତ ବ ଜାର କ ମିଟି ଏବଂ ହୋଲସେଲର ଓ ଖୁଚୁରା ବିକ୍ରେତାଙ୍କ ସହିତ ନିୟମିତ ସମ୍ପର୍କରେ ରହିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଚାଷୀଠାରୁ ଖାଉଟି ପର୍ଯ୍ୟନ୍ତ ଉତ୍ପାଦିତ ଦ୍ରବ୍ୟ ଯେପରି ସୁବିଧାରେ ପହଞ୍ଚିପାରିବ ସେଥିନିମନ୍ତେ ଜିଲ୍ଲାପାଳଙ୍କ ସହ ପରାମର୍ଶ କରି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ
ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଫାର୍ମଫଣ୍ଡ ପ୍ରକଳ୍ପ ଏବଂ ସମସ୍ତ ଜଳ ବିଭାଜିକା ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଥିଲା । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ସୌରଭ ଗର୍ଗ,
ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ ଏମମୁଥୁକୁମାର, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡଃ ପବନ କୁମାର ଅଗ୍ରଓ୍ୱାଲ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକାର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

IEC 2 years
Leave A Reply