Odisha news

ସାରା ରାଜ୍ୟ ଶୁନଶାନ୍ ,ଅଭୂତପୂର୍ବ ସମର୍ଥନ ଡ଼ିଶାରେ ଜନତା କର୍ଫ୍ୟୁକୁ

0

ଭୁବନେଶ୍ବର: ଜନତା କର୍ଫ୍ୟୁ ପାଇଁ ଆଜି ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି । ଗଡ଼ିବନି ପାଖାପାଖି ୧୪ ହଜାର ଘରୋଇ ବସ୍ । ସକାଳ ୭ ଟାରୁ ରାତି ୯ ଟା ଯାଏଁ ଗଡ଼ିବନି ବସ୍ । ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଛି ଘରୋଇ ବସ୍ ମାଲିକ ସଂଘ ।ଆଜି ଭୁବନେଶ୍ବର , କଟକ ସମେତ ସବୁ ସହରରେ ଖାଁ ଖାଁ ସ୍ଥିତି ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଆଜି ଦେଶବ୍ୟାପୀ ଜନତା କର୍ଫ୍ୟୁକୁ ଓଡ଼ିଶାରେ ଜନତା କର୍ଫ୍ୟୁକୁ ଅଭୂତପୂର୍ବ ସମର୍ଥନ ପରିଲକ୍ଷିତ ହେଉଛି।  ସାରା ରାଜ୍ୟ ଶୁନଶାନ୍ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବି ଏହାକୁ ସମର୍ଥନ କରିଛନ୍ତି। ଆଜି ସକାଳ ୭ଟାରୁ ସାରା ରାଜ୍ୟରେ ଶୁନଶାନ୍ ସ୍ଥିତି ପରିଲକ୍ଷିତ ହେଉଛି। କରୋନା ମୁକାବିଲା ପାଇଁ ସାରା ଦେଶରେ ଜନତା କର୍ଫ୍ୟୁଲାଗୁ ହୋଇଛି । ଦେଶବ୍ୟାପୀ ରାତି ୯ ଟା ଯାଏଁ ଲାଗୁ ହେବ ଜନତା କର୍ଫ୍ୟୁ । ରାତି ୯ ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏଥିଲାଗି ବନ୍ଦ ରହିଛି ଦୋକାନ ବଜାର , ଗାଡ଼ି ମୋଟର ।ତେବେ ଜାରି ରହିଛି ଜରୁରୀ ସେବା । ଦରକାର ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

Leave A Reply