ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା କରୋନା ଭୂତାଣୁକୁ ସମୁଳେ ବିନାଶ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଡାକରା ଦିଆଯାଇଥିବା ଜନତା କର୍ଫ୍ୟୁ ଭି.ଏସ୍.ଏସ୍ ନଗର ସମେତ ପୁରା ଓାର୍ଡ ନମ୍ବର ୧୧ ରେ ସଫଳ ହୋଇଛି । ଏଥି ପାଇଁ ଶନିବାର ଦିନ ସକାଳ ୧୦ ଟା ବେଳେ ଓାର୍ଡ ଅଫିସ୍ରେ ଏକ ବୈଠକ ହୋଇଥିବା ବେଳେ ରବିବାର ଦିନ ସମ୍ପୁଣ୍ଣ ଓାର୍ଡ ବନ୍ଦ ଥିଲା ।
ମହାନଗର ନିଗମ ବୈଠକରେ ଓାର୍ଡ ଅଫିସର ଦିପକ ନାୟକ, କମୁନିଟି ଅଫିସର ସିପ୍ରା ରାଣୀ ସାମନ୍ତରାୟ, ଭି ଏସ୍ ଏସ୍ ନଗର ଉନ୍ନୟନ ପରିଷଦର ସାଧାରଣ ସଂପାଦକ ଦିଲ୍ଲୀପ ଦାଶଶର୍ମା , ଦୁର୍ଗାପୁଜା ସମିତିର ସାଧାରଣ ସଂପାଦକ ଶିତଳ ଚନ୍ଦ୍ର ମହାନ୍ତି, ବରିଷ୍ଠ ନାଗରିକ କମିଟିର ମହେଶ୍ୱର ବିଶ୍ୱାଳ, ପୁର୍ବତନ କରପୋରେଟରଙ୍କ ପ୍ରତିନିଧି ଅଜୟ କୁମାର ଜେନା, ଇଶା ମହାନ୍ତି, ସୋନି, ସଞ୍ଜୁକ୍ତା ବେଉରା ଆଦି ଯୋଗ ଦେଇଥିବା ବେଳେ କରୋନାକୁ କିପରି ମୁକାବିଲା କରିବା ସେ ବିଷୟରେ ଆଲୋଚନା ହୋଇଥିଲା ।
ଉନ୍ନୟନ ପରିଷଦର ସାଧାରଣ ସଂପାଦକ ଦିଲ୍ଲୀପ ଦାଶଶର୍ମା ବୈଠକରେ କହିଥିଲେ ଯେ, ଭି ଏସ୍ ଏସ୍ ନଗରରେ ସପ୍ତାହକୁ ତିନି ଦିନ ହେଉଥିବା ହାଟ ପାଇଁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ ଓ ହାଟ ଦିନ ଅପରାହ୍ନ ୩ ଟାରୁ ସଂନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏଠାରେ ଗହଳି ହେଉଥିବାରୁ ମହାନଗର ନିଗମ ପକ୍ଷରୁ ହାଟ ଭିତରକୁ ଯିବା ପୁର୍ବରୁ ପ୍ରତେକ ଲୋକଙ୍କର ହାତ ଧୋଇ ପାରିଲେ ସଂକ୍ରମଣର ଭୟ ରହିବ ନାହିଁ ।