Odisha news

ଓଵେଶୀ ତାଙ୍କ ଗାଡି ଉପରକୁ ଆକ୍ରମଣର କରିଛନ୍ତି ଦାବୀ : ମିରଟ ରେଞ୍ଜ ଆଇଜି କହିଛନ୍ତି ଗୁଳି ଫୁଟିବାର କୌଣସି ସୂଚନା ମିଳିନାହିଁ

0
ନୂଆଦିଲ୍ଲୀ : ମିରଟ ରୁ ଦିଲ୍ଲୀ ଯାଉଥିବା ଆଇଏମଆଇଏମ ମୁଖ୍ୟ ଅସବୁଦ୍ଦିନ ଓବେଶୀ ଙ୍କ ଗାଡିକୁ ଆକ୍ରମଣ ର ଖବର ସାମ୍ନା କୁ ଆସିଛି l ହାଇଦ୍ରାବାଦ ସାଂସଦ କହିଛନ୍ତି ଯେ ତାଙ୍କ ଗାଡିକୁ ଗଜିୟାଵାଦ ର ଡାସନା ରେ ୩ରୁ୪ ରାଉଣ୍ଡ ଗୁଳି ଚାଳନା ହୋଇଥିଲା l ସେ ନିଜକୁ ସୁରକ୍ଷିତ ବୋଲି କହିଛନ୍ତି l ଓବେଶୀ ନିଜ ଗାଡ଼ିରେ ଗୁଳିର ଚିହ୍ନ ଟୁଇଟ ମାଧ୍ୟମରେ ଜଣାଇଛନ୍ତି l
ଓବେଶୀ ନିଜ ଟୁଇଟ ରେ ଲେଖିଛନ୍ତି ” କିଛି ଦିନ ପୂର୍ବରୁ ଛୀଜାରସି ଟୋଲ ଗେଟ ରେ ମୋର ଗାଡି ଉପରକୁ ଗୁଳି ଚାଳନା ହୋଇଥିଲା l ୪ ରାଉଣ୍ଡ ଫାୟାର ହୋଇଥିଲା ଓ ସେମାନେ ୩ରୁ୪ ଜଣ ବ୍ୟକ୍ତି ଥିଲେ l ସେମାନେ ନିଜର ମାରଣାସ୍ତ୍ର କୁ ଛାଡି ଯାଇଥିଲା l ମୋ ଗାଡି ପଙ୍କଚର ହୋଇଗଲା, କିନ୍ତୁ ମୁଁ ଅନ୍ୟ ଗୋଟିଏ ଗାଡ଼ିରେ ସେଠାରୁ ପଳାଇ ଗଲି l ଅନ୍ୟ ପକ୍ଷରେ ମିରଟ ରେଞ୍ଜ ଆଇଜି କହିଛନ୍ତି ଯେ ଟୋଲ ନିକଟରେ ଓବେଶୀ ଙ୍କ ସମର୍ଥକ ଓ କର୍ମଚାରୀ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ସେ କହିଛନ୍ତି କିନ୍ତୁ ଗୁଳି ଫୁଟିବାର କୌଣସି ସୂଚନା ମିଳିନାହିଁ l
Leave A Reply