ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଅଦ୍ୟାବଧି ମାତୃ ମୃତୁ୍ୟ ହାର ଓ ଶିଶୁ ମୃତୁ୍ୟ ହାର କୁ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହେଉଥିବା ବେଳେ ଜାତୀୟ ପୋଷଣ ସପ୍ତାହ ପାଳନ, ସେଥି ମଧ୍ୟରୁ ଅନ୍ୟତମ । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସସେବୀ ଅନୁଷ୍ଠାନ ସ୍ୱାତୀ ତା’ର ସହଯୋଗୀ ସଂସ୍ଥା ଜିଲ୍ଲା ସ୍ୱାସ୍ଥ୍ୟ ମିଶନ କନ୍ଧମାଳ, କ୍ରାଏ, କୋଲକତା, ଓଡିଶା ମିଲେଟ୍ ମିଶନ୍, ରାଜ୍ୟ ଏଡସ୍ କଣୋ୍ଟ୍ରଲ ସୋସାଇଟି, ଭୁବନେଶ୍ୱର ମାନଙ୍କ ସହାୟତାରେ ବିଭିନ୍ନ ସ୍ଥାନ ଯଥା, ଫିରିଙ୍ଗିଆ ବ୍ଲକ୍ର ବାଲନ୍ଦାପଡା, ପାହିରାଜୁ, କୁଏରମାଣ୍ଡୁ, ଲୁଇସିଂ ପଞ୍ଚାୟତ, ରାଇକିଆ ବ୍ଲକ୍ର ବିଭିନ୍ନ ଅଂଚଳ, ଟିକାବାଲି, ଖଜୁରୀପଡା ଓ ଜି.ଉଦୟଗିରି ବ୍ଲକ୍ର କିଛି ଅଞ୍ଚଳରେ ଏହି ସପ୍ତାହକୁ ପାଳନ କରିବା ସହ, ଦୁଇଟି ସଚେତନତା ରଥ ମଧ୍ୟ ସପ୍ତାହେ ଧରି ବିଭିନ୍ନ ଜାଗାକୁ ଯାଇ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ଉପରେ ଜନ ସଚେତନତା ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମ ଗୁଡିକ ରେ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକିର ଚରଣ ପରିଡା ଓ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମରଣୀକା ତୁଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନୁଷ୍ୟ ଶରୀରକୁ ସୁସ୍ଥ ଶବଳ ରଖିବା ପାଇଁ ହେଲେ ପ୍ରତିଦିନ ଭୋଜନରେ ମିଶ୍ରିତ ପୁଷ୍ଟିକର ଯୁକ୍ତ ଖାଇବାକୁ ପଡିବ ବୋଲି ତାଙ୍କ ଆହ୍ୱାନରେ କହିଥିଲେ ।
ତତ୍ ସହିତ କରୋନା ମହାମାରୀକୁ ରୋକିବାରେ ମଧ୍ୟ ପୋଷଣ ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ବାଲନ୍ଦାପଡା, ଟିକାବାଲି ଓ କଟ୍ରିଙ୍ଗିଆ ମା’ଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହିଳା ପରିଦର୍ଶିକା ସୁଧାରାଣୀ ପ୍ରଧାନ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଶୁକାନ୍ତି ପ୍ରଧାନ, ମହିଳା ସ୍ୱାସ୍ଥ୍ୟକର୍ମୀ ଇତିଶ୍ରୀ, ଦେବିକା ପ୍ରଧାନ, ଅଙ୍ଗନବାଡି କର୍ମୀ ନର୍ମଦା ଦିଗାଲ, ଆଶା କର୍ମୀ, ନିରୁମତୀ ଦିଗାଲ ଏବଂ ଝୁନା ମଲ୍ଲିକ ଓ ସ୍ଥାନୀୟ ଲୋକ ପ୍ରତିନିଧି ପଞ୍ଚୁ ପ୍ରଧାନ, ପନିତା ଦିଗାଲ, ପଂଚାନନ ନାୟକ ପ୍ରମୁଖ ଯୋଗଦେଇ ସ୍ଥାନୀୟ ବାସିନ୍ଦାମାନେ ନିଜ ଘରବାଡିରେ ମିଳୁଥିବା ସଜନାସାଗ, ସଜନା ଛୁଇଁ, କଞ୍ଚା କଦଳୀ, ଅମୃତଭଣ୍ଡା ଇତ୍ୟାଦି କିପରି ପ୍ରତିଦିନ ଖାଦ୍ୟରେ ସାମିଲ କରି ପୁଷ୍ଟି ହୀନକୁ ଦୂର କରିବେ ସେ ଦିଗରେ ଗୁରୁତ୍ୱ ଦେଇ ଆଲୋଚନା କରିଥିଲେ । ଅନୁଷ୍ଠାନ ତାର ସହଯୋଗୀ ଅନୁଷ୍ଠାନଙ୍କ ମିଳିତ ଭାବେ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳକୁ ଅପହଞ୍ଚ ଅଞ୍ଚଳର ଶେଷ ବିନ୍ଦୁରେ ବାସକରୁଥିବା ପରିବାର ପଖରେ ପୋଷଣର ବାର୍ତା ପହଂଚାଇବାକୁ ଚେଷ୍ଟା ଜାରି ରଖିଛନ୍ତି ।
ଏହିଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜାରୀ ରଖିଛନ୍ତି । ଜିଲ୍ଲା ପ୍ରଶାସନର କର୍ମକର୍ତା ଓ ଅନୁଷ୍ଠାନରେ କାର୍ଯ୍ୟରତ କର୍ମୀ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସାକରିବା ସହ ଆଗକୁ ନିଶ୍ଚିତ ଭାବେ ମାତୃମୃତୁ୍ୟହାର, ଶିଶୁ ମୃତୁ୍ୟହାର କମିବା ସହ କୁପୋଷଣକୁ ମଧ୍ୟ ଦୂର କରିହେବ ବୋଲି ଆଶାବ୍ୟକ୍ତ କରିଛନ୍ତି । ପୋଷଣ ସପ୍ତାହକୁ ସୁଚାରୁରୂପେ ପାଳନ କରିବା ଦିଗରେ ସଂପାଦକ ଇଂ. ହରିଶଙ୍କର ରାଉତ ଙ୍କର ପ୍ରଚ୍ଛଦ ଭୂମିକା କାର୍ଯ୍ୟକ୍ରମରେ ସଫଳତା ଆଣିଦେଇଛି ବୋଲି ବିଶ୍ୱରଞ୍ଜନ କର ଓ ପ୍ରଦୀପ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି ।
Comments are closed.