ଯେଉଁ ପିଲା ମାନଙ୍କର ଜନ୍ମ ୩ , ୧୨, ୨୧,୩୦ ହୋଇଥାଏ, ସେମାନଙ୍କ ମୁଲ୍ୟାଙ୍କ ୩ ହୋଇଥାଏ l ୩ ମୁଲ୍ୟାଙ୍କ ପିଲାମାନେ ଛୋଟ ବେଳରୁ ଖୁବ ବୁଦ୍ଧିମାନ ହୋଇଥାଆନ୍ତି l ଏପରି ପିଲାମାନେ ଛୋଟ ବେଳରୁ ଜୀବନ ର ନୂଆ ନୂଆ ଯୋଜନା ପ୍ରସ୍ତୁତ କରି ଥାଆନ୍ତି l
– ଯେଉଁ ପିଲାଙ୍କର ଜନ୍ମ ତାରିଖ ର ମୁଲ୍ୟାଙ୍କ ୩ ହୋଇଥାଏ ସେମାନଙ୍କ ସ୍ୱାମୀ ଗ୍ରହ ବୃହସ୍ପତି ହୋଇ ଥାଆନ୍ତି l ଏପରି ପିଲା ମାନଙ୍କର ପାଠ ପଢ଼ାରେ ଖୁବ କ୍ଷିପ୍ର ମସ୍ତିଷ୍କ ରହିଥାଏ l
– ୩ ଅଙ୍କ ମୁଲ୍ୟାଙ୍କ ବିଶିଷ୍ଟ ପିଲାମାନେ ଖୁବ ଇନୋଭେଟିବ ହୋଇ ଥାଆନ୍ତି l ଏପରି ଲୋକ ରଚନାତ୍ମକ ଓ କଳାତ୍ମକ ହୋଇ ଥାଆନ୍ତି l ଏହି ତାରିଖ ଗୁଡିକ ରେ ଜନ୍ମିତ ପିଲାମାନେ ଖୁବ ଭାଗ୍ୟଶାଲୀ ହୋଇ ଥାଆନ୍ତି l ଜୀବନରେ ଆଗକୁ ବଢିବା ପାଇଁ ଭାଗ୍ୟ ଏମାନଙ୍କର ସମୟେ ସମୟେ ସାଙ୍ଗ ଦେଇଥାଏ l
– ମୁଲ୍ୟାଙ୍କ ୩ ପିଲାମାନେ ସର୍ବଦା ନିଜ ଦମ ରେ ଜୀବନ ରେ ଆଗକୁ ବଢିବାକୁ ଚାହିଁ ଥାଆନ୍ତି , ଯଦି ଗରିବ ପରିବାର ରେ ଜନ୍ମ ନେଇ ଥାଆନ୍ତି ତେବେ ନିଜ ପରିବାରର ଉନ୍ନତି ପାଇଁ କଠିନ ପରିଶ୍ରମ କରିଥାଆନ୍ତି l
– ଏମାନେ ଯିଦିଆ ସ୍ଵଭାଵ ର ହୋଇଥିବା କାରଣରୁ ଯେଉଁ କାର୍ଯ୍ୟ ରେ ହାତ ଦିଅନ୍ତି, ସେଥିରେ ସଫଳତା ଲାଭ କରିଥାଆନ୍ତି l ନିଜକୁ ଯେପରି ଗଢିବାକୁ ଚାହିଁ ଥାଆନ୍ତି ସେହିଭଳି ଗଢିବାରେ ସକ୍ଷମ ହୋଇ ଥାଆନ୍ତି l