Odisha news

କାଞ୍ଚନ ଜୟା ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

0
ନୂଆପଡ଼ା ୧୭/୪ (ସୁରେନ୍ଦ୍ର ତିୱାରୀ ) କୋମନା ବ୍ଲକ ଅନ୍ତର୍ଗତ ଉଦ୍ୟାନବନ୍ଧ ସ୍ଥିତ କାଞ୍ଚନ ଜୟା ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହିଅବସରରେ ଅନୁଷ୍ଠାନ ର ନିର୍ଦ୍ଧେଶକ ମୁକେଶ ଭାଷାନୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ମଧୁସୂଦନ ଦାଶ,ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟକ ଓ ସଂସ୍କୃତି ଗବେଷକ ପ୍ରାଧ୍ୟାପକ ପରମେଶ୍ୱର ମୁଣ୍ଡ,ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନିତା ପଣ୍ଡା,ଆଶୁ କବି ଆଶୁତୋଷ ଠାକୁର,କୋମନା ସରପଞ୍ଚ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଭେଲା ସରପଞ୍ଚ ବିମଳ ଯୋଶୀ, କୁରେଶ୍ୱର ସରପଞ୍ଚ ସତ୍ୟବାନ ସାହୁ, ବୁଦ୍ଧିକୋମନା ସରପଞ୍ଚ ,ସନ୍ତୋଷୀନି ବାଗ, ଅନୁଷ୍ଠାନ ର ସମ୍ପାଦକ ପିଙ୍କି ଭାଷାନୀ ଯୋଗଦାନ କରି କୁନି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟକ୍ଷ ମୁରଲୀ କୁମ୍ଭାର ବାର୍ଷିକ ବିବରଣୀ ପଠନ କରିଥିଲେ। ଉତ୍ସବ ରେ କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବଣ୍ଟନକରାଯାଇଥିଲେ। ଅଧ୍ୟାପକ ହୃଷିକେଶ ସୁନା ମଞ୍ଚ ପରିଚାଳନା କରିଥିଲେ। ସଭା ଶେଷରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
Leave A Reply