ନୂଆପଡା – ୨/୪ (ସୁରେନ୍ଦ୍ର ତିୱାରୀ) : ଭାରତୀୟ ନିର୍ବାଚନ କମିଶନ ଦେଶରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ , ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ ମାନଙ୍କ ସହିତ ରାଜନୈତିକ ଦଳଗୁଡିକର ସଂଚାରିତ ସମ୍ପର୍କରେ ଏକ ଶୃଙ୍ଖଳା ପରିଚାଳନା କରିଥିଲେ । ଆରମ୍ଭର ୨୫ ଦିନ ମଧ୍ୟରେ ୩୧ ମାର୍ଚ ୨୦୨୫ ସୁଦ୍ଧା ମୋଟ ୭୧୯ଟି ବୈଠକ ଅନୁଷ୍ଠିତ ହୋଇଥିଲା ,ଯେଉଁଥିରେ ୪୦ ଜଣ ମୁଖ୍ୟ ନିର୍ବାଚନ ଅଧିକାରୀ , ୮୦୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ୩୮୭୯ ଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଯୋଗଦାନ କରିଥିଲେ । ଏଥିରେ ଦେଶ ବ୍ୟାପି ୨୮ ହଜାରରୁ ଅଧିକ ରାଜନୈତିକ ଦଳର ପ୍ରତିନିଧି ସାମିଲ ହୋଇଥିଲେ । ଏହି ବୈଠକ ଗୁଡିକ ନୂଆଦିଲ୍ଲୀର ଆଇ ଆଇ ଆଇ ଡିଏମ ରେ ମାର୍ଚ ୪ ଓ ୫ ରେ ମୁଖ୍ୟ ନିର୍ବାଚନ ଅଧିକାରୀ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହିତ ନିର୍ବାଚନ କମିଶନର ଡକ୍ଟର ସୁଖବିର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀ ଦ୍ବାରା ଜାରି ନିର୍ଦେଶ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ।