Odisha news

ବେଟି ପଢ଼ାଓ ଓ ବେଟି ବଚାଓ କାର୍ଯ୍ୟକ୍ରମ 

0
ନୂଆପଡ଼ା ୩୧/୩ (ସୁରେନ୍ଦ୍ର ତିୱାରୀ ) କୋମନା ସଦର ସ୍ଥିତ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବେଟି ବଚାଓ ଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନ ରେ ଛାତ୍ରୀମାନେ ଶିକ୍ଷୟତ୍ରୀ ମାନଙ୍କ ସହ  ସଚେତନତା ସ୍ଲୋଗାନ ସହ ଏକ ରାଲି ରେ ଯାଇ ଗ୍ରାମ ପରିକ୍ରମା କରିଥିଲେ।ରାଲି ରୁ ଫେରିବା ପରେ ପ୍ରଧାନଶିକ୍ଷତ୍ରୀ ସଂଘମିତ୍ରା ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭା ରେ ଛାତ୍ରୀ ମାନଙ୍କ ସହ ଅଭିଭାବକ  ବୃନ୍ଦ,ପରିଚାଳନା ସମିତି ସଭାନେତ୍ରୀ ସବିତା ବିଶି,ସିଆରସିସି ଭୂପିନ୍ଦ୍ର ଖମାରୀ,ସୁଲକ୍ଷଣି ଏସ. ଏଚ. ଜି ର ସଭାନେତ୍ରୀ ଗୀତା ଦୁରିଆ,କେ. ଜି. ଭି. ପି ୱାଡର ପାର୍ବତୀ ସିଂହ,ସହ ଶିକ୍ଷୟତ୍ରୀ ସମୀକ୍ଷା ଦାସ, ରଂଜିତା ଅଗସ୍ତି,କ୍ଷିତିସୁତା ସା,ସୁନିତା ପଣ୍ଡା ଯୋଗ ଦେଇ ସାମାଜିକ ସ୍ତରରେ ଲିଙ୍ଗଗତ ଭେଦଭାବ ନ ରଖି ପୁଅଝିଅ ଙ୍କୁ ସମାନ ଦୃଷ୍ଟି ଦେବାକୁ ମତାମତ ରଖିଥିଲେ। ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ବେଟି ବଚାଓ ଓ ବେଟି ପଢ଼ାଓ ସମ୍ପର୍କିତ ଏକସୁନ୍ଦର ଅଭିନୟ ପ୍ରଦର୍ଶିତ ହୋଇଥିଲା।
Leave A Reply