Odisha news

ଉତପ୍ତ ଗ୍ରୀଷ୍ମ ପ୍ରବାହ ରେ ୩ଟି ଜୁସ ଶରୀର ପାଇଁ ରାମବାଣ ସଦୃଶ : ରିସର୍ଚ୍ଚ ରୁ ଖୁଲାସା

0

ଗରମ ପ୍ରବାହ ଧୀରେ ଧୀରେ ବଢ଼ିବାରେ ଲାଗିଛି, ସେଥିପାଇଁ ପାଣି ସହିତ ବିଭିନ୍ନ ପ୍ରକାରର ଜୁସ ମଧ୍ୟ ଶରୀର ପାଇଁ ନିହାତି ଜରୁରୀ, ନିକଟରେ ଏମ୍ସ ର ଡାକ୍ତରଙ୍କ ର ଗ୍ରୀଷ୍ମ ପ୍ରବାହ କୁ ନେଇ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ବିଶେଷ ଭାବରେ ଗରମ ଦିନରେ ୩ ପ୍ରକାରର ଜୁସ ଶରୀରକୁ ଭିତରୁ ଓ ବାହାରୁ ହାଇଡ୍ରେଟ ରଖିଥାଏ l ଆସନ୍ତୁ ଜାଣିବା ଏହି ଜୁସ ଗୁଡିକ କଣ l

* ତରଭୁଜ ଜୁସ –
ତରଭୁଜ ଜୁସ ରେ ଥିବା ପୋଷକତତ୍ୱ ଗୁଡିକ ହେଲା –
ଇଲେକ୍ଟ୍ରୋଲାଇଟ୍ସ, ଆଣ୍ଟି ଅକ୍ସିଡେଣ୍ଟ l ଏହି ଦୁଇଟି ତତ୍ୱ ଶରୀରକୁ ହାଇଡ୍ରେଟ ରଖିଥାଏ, ଏବଂ ଶରୀରକୁ ଡିଟକ୍ସିଫାଇ କରିଥାଏ, ଡାଇଜେସନ ସିଷ୍ଟମ କୁ ସୁସ୍ଥ ରଖେ, ଏସିଡ଼ିଟି ରୁ ଆରାମ ଦେଇଥାଏ, ସ୍କିନ କୁ ସତେଜ ରଖେ l  ଗ୍ରୀଷ୍ମ ପ୍ରବାହ ସମୟ ରେ ତରଭୁଜ ଜୁସ ରେ ଲେମ୍ବୁ ରସ ଓ ମହୁ ମିଶାଇ ସେବନ କରିବା ଫଳପ୍ରଦ l

* କାକୁଡି ଜୁସ –
କାକୁଡି ଜୁସ ରେ ଥିବା ତତ୍ୱ ଗୁଡିକ ହେଲା –
ଜଳୀୟ ଅଂଶ ୯୮ ପ୍ରତିଶତ ରହିଥାଏ l ଯାହା ଶରୀରକୁ ପ୍ରାକୃତିକ ଉପୟରେ ଡିଟକ୍ସିଫାଇ କରିଥାଏ l ଶରୀରକୁ ଭିତରୁ କାକୁଡି ଜୁସ ଥଣ୍ଡା ରଖିଥାଏ l ଅଂଶୁଘାତ ସମସ୍ୟା କୁ ଦୂର କରିଥାଏ କାକୁଡି ରସ l ଓଜନ ହ୍ରାସ ପାଇଁ କାକୁଡି ରସ ଗୋଟିଏ ଭଲ ମାଧ୍ୟମ ଅଟେ l ଦ୍ଵିଜେସନ ସିଷ୍ଟମ ରେ ସୁଧାର ଆଣିଥାଏ କାକୁଡି ରସ l

* ପଇଡ଼ ପାଣି –
ପଇଡ଼ ପାଣି ରେ ଥିବା ପୋଷାକ ତତ୍ୱ ଗୁଡିକ ହେଲା ଇଲେକ୍ଟ୍ରୋଲାଇଟ୍ସ, ମିନେରାଲସ ଓ ଭିଟାମିନ l ପଇଡ଼ ପାଣି ଗୋଟିଏ ଏନର୍ଜି ବୁଷ୍ଟର ଭଳି ଗରମ ଦିନରେ କାର୍ଯ୍ୟ କରିଥାଏ l ଏହା ଶରୀରରେ ଇଲେକ୍ଟ୍ରୋଲାଇଟ୍ସ କୁ ବାଲାନ୍ସ ରଖିଥାଏ l ବ୍ଲଡ଼ ପ୍ରେସର କୁ କଣ୍ଟ୍ରୋଲ କରିଥାଏ l ଲୁ ଓ ହିଟ ଷ୍ଟ୍ରୋକ ନିକଟରୁ ରକ୍ଷା କରିଥାଏ l

Leave A Reply