Odisha news

ସମାଜ ରୁ ଅନ୍ଧ ବିଶ୍ବାସ ଦୂରୀକରଣ ସହ ମଦ୍ୟପାନ ନିଷେଧ ଉପରେ ଗୁରୁତ୍ୱାରୋପ : ଗୋଣ୍ଡ ସାଂସ୍କୃତିକ ସମାଜ ର ବ୍ଲକ ସ୍ତରୀୟ ସମ୍ମିଳନୀ।   

0
ନୂଆପଡ଼ା – ୩୧/୩(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଭୂର୍କାଧୋଡା ବୁଢାଦେଓ ଗୋଷ୍ଠି ଗୃହ ଠାରେ ଗୋଣ୍ଡ  ସାଂସ୍କୃତିକ ସମାଜ ର ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କୋମନା ବ୍ଲକ ସଭାପତି ଭଗବାନ ସିଂ ମାଝୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସମ୍ମିଳନୀ ରେ ଉପସଭାପତି ସନ୍ଥ ରାମ ମାଝି, ସମ୍ପାଦକ ଚମ୍ପା ଲାଲ ମାଝି, ସହ -ସମ୍ପାଦକ ଟିକେରାମ ମାଝି, ଉପ ସଭାନେତ୍ରୀ ଶ୍ରୀମତୀ ପଙ୍କଜିନୀ ମାଝି, ଶ୍ରୀମତୀ ସୁମିତ୍ରା ମାଝି, ଶ୍ରୀମତୀ ଗୀତା ମାଝି, କୋଷାଧ୍ୟକ୍ଷ ଅର୍ଜୁନ ମାଝି ପ୍ରମୁଖ ଯୋଗଦେଇ ସମାଜ ଗଠନ ର ଲକ୍ଷ ଓ ଆଭିମୁଖ୍ୟ ଉପରେ ବିଶଦ ଭାବେ ଆଲୋଚନା କରି ବୁଝାଇ ଥିଲେ। ସମାଜ ରୁ ଅନ୍ଧ ବିଶ୍ବାସ ଦୁରି କରଣ, ମଦ୍ୟ ପାନ ନିଷେଧ, ନାରୀ ଶିକ୍ଷା ର ପ୍ରସାର, ନୂତନ ପିଢ଼ି ପାଇଁ ନବଜାଗରଣ ଆଣି ଏକ ସୁସ୍ଥ,ସମୃଦ୍ଧ ଓ ଶିକ୍ଷିତ ସମାଜ ର ଆବଶ୍ୟକ ବୋଲି ସଭା ରେ ମତ ପ୍ରକାଶ ପାଇ ଥିଲା। ଅବସରରେ ବିଭିନ୍ନ ସର୍କଲ ସଭାପତି ଯୋଗଦାନ୍ କରିଥିଲେ ଲଖନା ସର୍କଲ ସଭାପତି ରାଜେନ୍ଦ୍ର ମାଝୀ, ସମରସିଂ ଯୋଗ ମାଝି,ମୁଣ୍ଡାପଲା ମନୁଧର ମାଝି, ସାହଜେଟ  ଭାଗିରଥି ମାଝି, ଦାନୋଝୋଲା ବିରଞ୍ଚି ମାଝି, ମେଣ୍ଢାଟାଲ ଟିପଚନ୍ଦ ମାଝି, ଭେଲା ଲକ୍ଷ୍ମଣ ମାଝି, ନବ ଗଠିତ ଭେଲା ତୁଲାରାମ ମାଝି, ମିଛାପାଲି ଅନୁପ ସିଂ ମାଝି, ଠୋଙ୍ଗୋ ବଂଶୀଧର ମାଝି, ଢୋରଲାମୁଣ୍ଡା ଭଜ ମାଝି, ଛତା ରାଜୁ ମାଝି, ଦିଆମଣ୍ଡା ଚନ୍ଦ୍ର ଧରୁଆ, ଅନୁପଗଡ ଲଛିନ୍ଦ୍ର ମାଝି, ପେଣ୍ଡରାବନ ଦୁଲୁ ରାମ ମାଝି, ସିଆଲଟି ଲାଇବାନୋ ସୋରୀ, ସୁଆବାହାଲ ପାରେଶ୍ୱର୍ ମାଝି, ଦର୍ଲିପଡା ଦୁର୍ଗା ପ୍ରସାଦ ମାଝୀ, ଗାତିବେଡ଼ା ଶ୍ରୀପାଲ ମାଝି , ଅଗ୍ରେନ ସତ୍ୟାନନ୍ଦ ମାଝି, ଖଇରଭାଡ଼ି କୀର୍ତ୍ତନ ମାଝି। ସମାଜ ଦୂତ ହେମ ରାମ ମାଝି ଓ ଭୋଲା ସିଂ ମାଝି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ସଫଳ କରିବାରେ ସହଜଯୋଗ କରିଥିଲେ।
Leave A Reply