Odisha news

ସପ୍ତାହ ବ୍ୟାପି ଅବକାରୀ ଚଢ଼ାଉ ୫୫ କେଶ ରୁଜୁ ୪୧ ଗିରଫ                  

0

ନୂଆପଡ଼ା -୩୧/୩ (ସୁରେନ୍ଦ୍ର ତିୱାରୀ)    ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗତ ସପ୍ତାହ ଜିଲ୍ଲା ବ୍ୟାପି ବେଆଇନ ମଦ କାରବାର ଉପରେ ଚଢାଉ କରାଯାଇଛି। ଏ ବାବଦ ରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ଙ୍କ ସୁଚନା ଅନୁସାରେ ଜିଲ୍ଲା ବ୍ୟାପି ଚଢ଼ାଉ କରି ଜିଲ୍ଲା ର ବିଭିନ୍ନ ସ୍ଥାନରୁ ଯଥା ଦିଆମୁଣ୍ଡା, ଛିନ୍ଦପାଣି, ଗୋତମା, ଟେଙ୍ଗନାବସା, ପରକୋଡ, ଇତ୍ୟାଦି ଅଞ୍ଚଳ ରୁ ହାତ ରନ୍ଧା ମଦ ୨୯୩ ଲିଟର, ଓଏସ ମଦ ୫୦୪ ଲିଟର ମହୁଲ ପୋଚ , ୯୪୯୦ କିଲୋଗ୍ରାମ, ମହୁଲ ଫୁଲ ୫୦୪୦ କିଲୋ ଗ୍ରାମ, ଵିଅର ୧୪ ଲିଟର ୩୦୦ ଏମ.ଏଲ.,ବିଦେଶୀ ମଦ ୪ ଲିଟର ୧୪୦ ଏମ ଏଲ, ଚାରି ଚକିଆ ଗାଡ଼ି ୩ ଗୋଟି ଜପତ କରି ୪୧ ଜଣ ଙ୍କୁ ଗିରଫ କରି ଏ ବାବଦ ରେ ୫୫ ଗୋଟି କେସ ରୁଜୁ କରାଯାଇଛି। ଉପରୋକ୍ତ ଚଢ଼ାଉ ଫଳ ରେ ବେଆଇନ ମଦ ମାଫିଆ ଙ୍କ ମଧ୍ୟ ରେ କୋକୁଆ ଭୟ ସୃଷ୍ଟି ହୋଇଛି। ଜିଲ୍ଲା ଅବକାରୀ ବିଭାଗର ଏ ଭଳି କାର୍ଯ୍ୟାନୁଷ୍ଠାନ କୁ ସାଧାରଣରେ ପ୍ରଶଂସା କରାଯାଇଛି।

Leave A Reply