ନୂଆପଡ଼ା -୩୦/୩ (ସୁରେନ୍ଦ୍ର ତିୱାରୀ) କୋମନା ଥାନା ଅନ୍ତର୍ଗତ ସୋସେଙ୍ଗ ପଞ୍ଚାୟତ ର ଜୁନାପାଣି ଗ୍ରାମ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଓଲଟିବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଦ୍ବୟ ହେଲେ ଜୁନାପାଣି ଗ୍ରାମର ଗନ୍ତରାମ ଝାଙ୍କର (୨୫)ଓ ଟକେଶ ଛତ୍ରିଆ (୨୩)।ସୂଚନା ଅନୁଯାୟୀ ସୀମାନ୍ତବର୍ତ୍ତୀ ଛତିଶଗଡ଼ ଅଂଚଳର ଏକ ଟ୍ରାକ୍ଟର ଯୋଗେ ଜୁନାପାଣି ନିକଟବର୍ତ୍ତୀ ନାଲା ରୁ ବାଲିବୋଝେଇ ଫେରୁ ଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା. ଫଳରେ ଟ୍ରାକଟର ଓ ଟ୍ରଲି ଓଲଟିପଡିବାରୁ ଟ୍ରଳି ଭର୍ତ୍ତି ବାଲିରେ ମୃତକ ଦୁହେଁ ଚାପି ହୋଇଯାଇଥିଲେ। ଡ୍ରାଇଭର ଅଳ୍ପକେ ବଞ୍ଚିଯାଇଥିବାବେଳେ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ସୁନାବେଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ। ଡ୍ରାଇଭର ଲୋକେଶ ଛତ୍ରିଆଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯିବାପରେ ଅନ୍ୟ ଦୁଇଜଣଙ୍କୁ ଚିକିତ୍ସା ପାଇଁ ନୂଆପଡା ମୁଖ୍ୟ ଚିକିତ୍ସାଳୟ କୁ ପଠେଇଦେଇଥିଲେ। ଡାକ୍ତର ସେମାନଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି.। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳେଇ ଥିବା ପୋଲିସ ସୂତ୍ରରୁ ପ୍ରକାଶ।