ନୂଆପଡ଼ା -୧୯/୩(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁଲିଆବନ୍ଧା ପଞ୍ଚାୟତ କୁ ନୂତନ ବ୍ଲକ ରୁପେ ମାନ୍ୟତା ଦେବା ପାଇଁ ରାଜସ୍ଵ ମନ୍ତ୍ରୀ ସୁରେଶ ପୁଝାରୀ ଓ ପଞ୍ଚାୟତି ରାଜମନ୍ତ୍ରୀ ରବିନାରାୟଣ ନାୟକଙ୍କୁ ୧୧ ଗୋଟି ପଞ୍ଚାୟତବସୀ ଦାବୀ ପତ୍ର ଦେଇଛନ୍ତି। ଜିଲ୍ଲା ସଦର ମହକୁମା ଠାରୁ ୨୨ କିଲୋ ମିଟର ଦୂରବର୍ତ୍ତୀ କୁଳିଆବନ୍ଧା ପଞ୍ଚାୟତ ବ୍ଲକ ମୁଖ୍ୟାଳୟ ହେଲେ ଆଖପାଖ ଅଞ୍ଚଳ ର ପ୍ରାୟ ୧୦ ଗୋଟି ପଞ୍ଚାୟତ ର ଜନସାଧାରଣ ହାତ ପାହନ୍ତା ରେ ସମସ୍ତ ସୁବିଧା ସୁଯୋଗ ପାଇ ପାରିବେ ବୋଲି ଉପରୋକ୍ତ ଦାବୀ ପତ୍ର ରେ ଉଲ୍ଳେଖ ରହିଛି । ପୂର୍ବ ଦିଗରେ ଭାନପୁର ଓ ଜାମପାଣି ପଞ୍ଚାୟତ୍ରହିଥିବା ବେଳେ ପଶ୍ଚିମଦିଗ ରେ ପରକୋଡ ଓ ବୁଦ୍ଧିପାଲି ପଞ୍ଚାୟତ ରହିଛି ସେହିଭଳି ଉତ୍ତର ରେ ଭାଲେଶ୍ଵର,ବିଶୋରା, କାଦୋମେରି ଓ ବେଲଟୁକରୀ ପଞ୍ଚାୟତ ଓ ଦକ୍ଷିଣ ଦିଗ ରେ ବିରୋମାଲ, ବୋଇରଭାଡ଼ି ଓ କୋଦୋମେରି ପଞ୍ଚାୟତ ରହିଛି। କେନ୍ଦ୍ର ସ୍ଥଳରେ କୁଲୁଆବନ୍ଧା ଗ୍ରାମ ପଞ୍ଚାୟତ ଅବସ୍ଥିତ ଥିବାରୁ ବ୍ଲକ କାର୍ଯ୍ୟାଳୟ ପାଇଁ ସଠିକ ସ୍ଥାନ ବୋଲି ଦାବି କରାଯାଇଛି। ଏହା ଛଡା ସରକାରୀ ଜମି ୧୩୩ ଏକଡ ରହିଥିବା ବେଳେ ପାଞ୍ଚ ହଜାର ଜନସଂଖ୍ୟା ବିଶିଷ୍ଟ ପଞ୍ଚାୟତ। ହାଇ ସ୍କୁଲ, ସେବା ସମବାୟ ସମିିତି, ମିନି ଷ୍ଟେଟ ବ୍ୟାଙ୍କ, ଆଦର୍ଶ ପଞ୍ଚାୟତ ରୁପେ ମାନ୍ୟତା, ପ୍ରାଣୀଧନ ଚିକିତ୍ସା କେନ୍ଦ୍ର, ହୋମିଓପ୍ୟାଥିକ ଚିକିତ୍ସାଳୟ ଇତ୍ୟାଦି ଭିତ୍ତିଭୂମି ରହିଛି।