Odisha news

ନୂଆପଡାରେ ଜିଲ୍ଲା ସ୍ତରୀୟ ଅନ୍ତର୍ବିଭାଗିୟ ସମନ୍ୱୟ ବୈଠକ ଅନୁଷ୍ଠିତ

0
ନୂଆପଡା -୧୯/୩ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାପାଳ  ମଧୁସୂଦନ ଦାଶଙ୍କ  ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଏକ ଜିଲ୍ଲା ସ୍ତରୀୟ ଅନ୍ତର୍ବିଭାଗିୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରିଜିଓନାଲ ସେଣ୍ଟର୍ ଫର୍ ଡେଭଲପମେଣ୍ଟ କୋଅପରେସନ (ଆରସିଡିସି),  ଦାପ୍ତା ଓ ଚାଇଲଡ଼ ଫଣ୍ଡ ଇଣ୍ଡିଆ ଙ୍କର ମିଳିତ ଉଦ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକର ପ୍ରାରମ୍ଭରେ ଆରସିଡିସି ଅନୁଷ୍ଠାନର ବରିଷ୍ଠ ପ୍ରକଳ୍ପ ଅଧିକାରୀ ପ୍ରଦୀପ କୁମାର ପାତ୍ର ସମସ୍ତଙ୍କୁ ସ୍ୱାଗତ  ଜଣାଇବା ସହ  ପ୍ରକଳ୍ପର  ଉଦ୍ଦେଶ୍ୟ ଓ ଲକ୍ଷ୍ୟ ପୂରଣ ସମ୍ଵନ୍ଧରେ ଆଲୋକପାତ କରିଥିଲେ। ଏହି ପ୍ରକଳ୍ପ ନୂଆପଡାର ଦୁଇଟି ବ୍ଲକ  କୋମନା ଓ ବୋଡେନ ରେ ୨୦୨୨ ଡିସେମ୍ବର ରେ ଆରମ୍ଭ ହୋଇ ଥିଲା ।  ଏସ୍ପୀରେସନାଲ ଜିଲ୍ଲାରେ ଶିଶୁ ସୁରକ୍ଷା ଓ ଗରିବ ଆଦିବାସୀ ଜନ ସାଧାରଣଙ୍କ ବିକଳ୍ପ ଜୀବନ ଜୀବିକା ପାଇଁ କରାଯାଇ ଥିବା କାର୍ଯ୍ୟକ୍ରମକୁ ଶ୍ରୀ ପାତ୍ର ଉପସ୍ଥାପନା କରିଥିଲେ ।
 ଜିଲ୍ଲାପାଳ ମଧୁସୂଦନ ଦାଶ  ଉକ୍ତ ଅନୁଷ୍ଠାନ ମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିବା ସହ କାର୍ଯ୍ୟକ୍ରମ କୁ  ଆହୁରି ଅଧିକ ଭଲ ଓ ଲୋକାଭିମୁଖୀ କରି  ଏହାର ପ୍ରଭାବରେ ଲୋକଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନ ମାନଙ୍କୁ ଜିଲ୍ଲାର ବିଭିନ୍ନ ବିଭାଗରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ।
ଜିଲ୍ଲାପାଳ ତାଙ୍କ ବାର୍ତାରେ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ କାର୍ଯ୍ୟ ସ୍ପୃହାକୁ ପ୍ରଶଂସା କରି ଉତ୍ସାହିତ କରିଥିଲେ । ଉପସ୍ଥିତ ବିଭାଗୀୟ ଅଧିକାରୀ ମାନେ ତାଙ୍କ ଯୋଜନା ଦ୍ୱାରା ପ୍ରବାସୀ ଶ୍ରମିକ କମାଇବା ସହିତ ଶିଶୁ ସୁରକ୍ଷା  ନିଶ୍ଚିତ କରିବା ପାଇଁ ନିଜ ନିଜ ବିଭାଗର କାର୍ଯ୍ୟପନ୍ଥା ଉପସ୍ଥାପନା କରିଥିଲେ ।
ବୈଠକର ନିଷ୍ପତ୍ତି ଅନୁଯାୟି ଆଗାମୀ କିଛି ଦିନ ଭିତରେ ଅନୁଷ୍ଠାନ ମାନଙ୍କ ଦ୍ୱାରା ଏକ ସ୍ବାସ୍ଥ୍ୟ ସର୍ଭେ କରାଯାଇ ଦାଦନ  ଯାଇଥିବା ଓ ଦାଦନ ଯାଇ ଫେରିଥିବା ପରିବାର ମାନଙ୍କ ସର୍ଭେ କରାଯିବ। ସେମାନଙ୍କ ଆବଶ୍ୟକତା ଅନୁଯାୟି ସମସ୍ତ ବିଭାଗକୁ ନେଇ ଉନ୍ନୟନ ଯୋଜନା କରିବା ସହ ପରିବାର ମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ।ଜିଲ୍ଲାପାଳ ଏହି ବ୍ଲକ୍ ମାନଙ୍କରେ ଚାଲିଥିବା  ଓ ଭବିଷ୍ୟତରେ ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡ଼ିକର ପୁଙ୍ଖାନୁପୁଙ୍ଖ ଆଲୋଚନା ସହି଼ତ ଏହା ରୂପାୟନ କରିବାରେ ବିଭାଗୀୟ ଅଧିକାରୀ ମାନଙ୍କ ସାହାଯ୍ୟ ସହଯୋଗ କାମନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା, ଶ୍ରମିକ, କୃଷି, ଉଦ୍ୟାନ କୃଷି, କେବିକେ, ପ୍ରାଣୀ ସମ୍ପଦ, ନିୟୋଜନ, ଶିକ୍ଷା,  ସମାଜ ମଙ୍ଗଳ,ସାମାଜିକ ସୁରକ୍ଷା ,ଶିଶୁ ସୁରକ୍ଷା ସମିତି, ପଞ୍ଚାୟତି ରାଜ,କିଶୋର ନ୍ୟାୟ ବୋର୍ଡ ,ସ୍ୱତନ୍ତ୍ର ନ୍ୟାୟ ପୋଲିସ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ। ଦାପ୍ତା ଅନୁଷ୍ଠାନର ସମ୍ପାଦକ  ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଆରସିଡି  ଅନୁଷ୍ଠାନ ର କର୍ମକର୍ତ୍ତା ଲକ୍ଷ୍ମୀଧର, ନିବେଦିତା, କ୍ଷୀରୋଦ, ଭୂମି, ଛବି, ସୁଲୋଚନା ଓ ଦାପ୍ତା ଅନୁଷ୍ଠାନର  ସମ୍ପାଦକ ଓ ପ୍ରକଳ୍ପ  ସଂଯୋଜକ ଓ ସଂଯୋଜିକା ମାନେ ସାହାଯ୍ୟ କରିଥିଲେ। ବୈଠକ ଶେଷ ରେ ବରିଷ୍ଠ ପ୍ରକଳ୍ପ ଅଧିକାରି ଶ୍ରୀ ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Leave A Reply