Odisha news

ଜିଲ୍ଲାପାଳଙ୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଗସ୍ତ ଏଵଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

0
ନୂଆପଡ଼ା -୧୫/୨(ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଖରିଆର ରୋଡ୍ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ପରିଦର୍ଶନ କରିଥିଲେ l ଏକ କୋଟି ଅଶି ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ
 ମୁଣ୍ଡା ଗାଁ ପୋଖରୀ , ୭୫ ଲକ୍ଷର ସ୍ମାର୍ଟ ପାର୍କ, ୯୭ ଲକ୍ଷର ବନକା ପୋଖରୀ , ୧୨ ଲକ୍ଷର ନୂତନ ଅଙ୍ଗନବାଡ଼ି କେନ୍ଦ୍ର, ୧ କୋଟି ୭୫ ଲକ୍ଷର ଭୂତଳ ଜଳ ସଂରକ୍ଷଣ କେନ୍ଦ୍ର , ୯ ଲକ୍ଷର ନୂତନ ସ୍କୁଲ ଗୃହ ନିର୍ମାଣ, ୧ କୋଟି ୪ ଲକ୍ଷର
 ମଙ୍ଗରା ପାଲି ପୋଖରୀ ନବି କରଣ, ୧୦୦ ଲୋକଙ୍କ ପାଇଁ ନିର୍ମିତ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ l ଜିଲ୍ଲାପାଳ ଙ୍କ ସହିତ ଏନ୍ ଏ ସି ଅଧ୍ୟକ୍ଷା ଡଃ ସୋନିଆ ଜୈନ, ଉପାଧ୍ୟକ୍ଷ ନିଶାନ୍ତ ଡ଼ାଗା, କାର୍ଯ୍ୟ ନିର୍ବାହୀ ଅଧିକାରୀ କମଳାସନ ରଥ ପ୍ରମୁଖ ଉପସ୍ଥିତ ଥିଲେ l ଜିଲ୍ଲାପାଳ ଅଙ୍ଗନବାଡ଼ିର କୁନି କୁନି ଶିଶୁ ମାନଙ୍କ ଗହଣରେ କିଛି ସମୟ ବିତାଇ ସେମାନଙ୍କୁ ଉତ୍ସାହୀତ କରିଥିଲେ l ସହରାଞ୍ଚଳର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟର ଶୀଘ୍ର ଏଵଂ ସମୟ ସୀମା ମଧ୍ୟରେ ସମ୍ପାଦନ ପାଇଁ ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ l
Leave A Reply