ନୁଆପଡା -୧୫/୨ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ପଲସିପାଣି ପଞ୍ଚାୟତର ବାଞ୍ଜିବାହାଲ ସ୍ଥିତ ଖେଳପଡିଆରେ ବାଞ୍ଜିବାହାଲ କ୍ରିକେଟ କମିଟି ଦ୍ଵାରା ଆୟୋଜନରେ ଚାଲିଥିବା ୧୯ ତମ ଜୟବଜରଙ୍ଗବଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଯାଇଛି। ଆଜି ୫ଘଣ୍ଟା ସମୟରେ ଆୟୋଜିତ ପୁରଷ୍କାର ବିତରଣି ସମାରୋହରେ ଜିଲ୍ଲା କ୍ରିକେଟ ଏସୋସିଏସନ ସଂପାଦକ ତଥା ବିଶିଷ୍ଟ ସମାଜସେବି ସରୋଜ କୁମାର ସାହୁ (ଭୈରବ) ଯୋଗଦେଇ ବିଜୟୀ ଦଳ ଦିଆନମୁଣ୍ଡା କୁ ପୁରଷ୍କାର ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ।ବାଲକିଶୋର ଏବଂ ଶିବ ଅମ୍ପେୟାର କାର୍ଯ୍ୟ ତୁଲାଉଥିବାବେଳେ ଯୋଗେନ୍ଦ୍ର ଧାରା ବିବରଣି ପ୍ରଦାନ କରିଥିଲେ। ସ୍କୋର ବୋର୍ଡ ଦାୟିତ୍ଵରେ ପାପୁଲ ଦାଇତ୍ଵ ତୁଲାଇ ଥିଲେ। ଆୟୋଜକ କମିଟିର ଖିତିସ ନାୟକ, ପରକ୍ଷିତ ଭୋଇ, ଶିବ ଭୋଇ,ଆଶିଷ ଭୋଇ ଆକାଶ ଭୋଇ, ଅଜୟ ନାୟକ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।