Odisha news

ସିନାପାଲି ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ 

0
ନୂଆପଡା -୧୫/୨ (ସୁରେନ୍ଦ୍ର ତିୱାରୀ) ରାଜ୍ଯ ସମନ୍ବିତ ପ୍ରାଥମିକ ଶିକ୍ଷକ ସଂଗଠନର ଆହ୍ୱାନ କ୍ରମେ ଆଜି ସିନାପାଲି ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦୁଇ ଦଫା ସମ୍ୱଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ଥାନୀୟ ବିଇଓ ଯତୀନ୍ଦ୍ର କୁମାର ସେଠଙ୍କୁ ପ୍ରଦାନ କରାଯାଇଛି । ପ୍ରାଥମିକ ଶିକ୍ଷକଙ୍କ ଗ୍ରେଡପେ ୪୨୦୦ କୁ ବୃଦ୍ଧି କରିବା ଏବଂ ନେସନାଲ ଇନକ୍ରିମେଣ୍ଟ ସହ ଛଅ ଓ ଆଠ ବର୍ଷର କଣ୍ଟାକ୍ଟଚୁଆଲ ଅବଧିକୁ ମୂଳ ଚାକିରୀରେ ମିଶାଇବାକୁ ଏଥିରେ ଦାବି କରାଯାଇଛି । ଦାବି ପୂରଣ ନହେଲେ ରାଜ୍ଯ ସଂଗଠନର ଆହ୍ବାନ ଅନୁଯାୟୀ ଆଗାମୀ ୧୮ ରେ ଭୁବନେଶ୍ୱର ଠାରେ ହେବାକୁ ଥିବା ଆନ୍ଦୋଳନରେ ସମସ୍ତେ ସାମିଲ ହେବେ ବୋଲି ଦାବିପତ୍ରରେ ଦର୍ଶା ଯାଇଛି । ଆଜିର ଦାବିପତ୍ର ପ୍ରଦାନ ସମୟରେ ସିନାପାଲି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରସନ୍ନ କୁମାର ମାଝୀ, ସଂପାଦକ ବାଲାଜୀ ହରିଜନଙ୍କ ସହ ରମେଶ ଚନ୍ଦ୍ର ମେହେର, ଯଜ୍ଞେଶ ମେହେର, ରାକେଶ ମିଶ୍ର, ପ୍ରକାଶ ମେହେର, ରାଜେନ୍ଦ୍ର ଖମାରୀ, ଦିବ୍ୟରଞ୍ଜନ ପାଢ଼ୀ, ସୁଦର୍ଶନ ଭୋଇ, ବୈଷ୍ଣବ ମେହେର, ବଂଶୀଧର ଜଗତ, ପ୍ରେମାନନ୍ଦ ମେହେର, ହରିହର ମେହେର, ସାନୁର୍ଯ୍ଯ ମେହେର, ଦେବୀପ୍ରସାଦ ମେହେର, ଲୋଚନ ମେହେର, ପିନାକ ମେହେର ପ୍ରମୁଖ ଶିକ୍ଷକ ଉପସ୍ଥିତ ଥିଲେ ।
Nalco
Leave A Reply