Odisha news

ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ,ନୂଆପଡ଼ା ଜିଲ୍ଲା ତରଫରୁ ଜିଲ୍ଲା ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା

0
ନୂଆପଡା – ୧୦/୨ (ସୁରେନ୍ଦ୍ର ତିୱାରୀ) ଲୋକଦୃଷ୍ଟି ମହାବିଦ୍ୟାଳୟ ଠାରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ଖଡ଼ିଆଳର ପୂର୍ବତନ ସଭାପତି ଗଣେଷ ଚନ୍ଦ୍ର ଦୁବେଙ୍କୁ ମହାସମାରୋହରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ,ନୂଆପଡ଼ା ଜିଲ୍ଲା ତରଫରୁ ଜିଲ୍ଲା ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଓଡ଼ିଶା ପ୍ରାଥମିକ ସଂଘ ନୂଆପଡ଼ା ଜିଲ୍ଲା  ସଭାପତି ଅଶୋକ କୁମାର ବାରିକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଯୋଗଦେବା ସହ ମୁଖ୍ୟ ବକ୍ତା ଭାବରେ ରାଜ୍ୟ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ମହାସଚିବ ବିକ୍ରମ ରଥ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବରେ କାହ୍ନୁ ଚରଣ ନାଏକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଖଡ଼ିଆଳ, ମୋତିଲାଲ ବେହେରା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ , ଅକ୍ଷୟ କୁମାର ନନ୍ଦ ବିଧାୟକ ପ୍ରତିନିଧି,  ଅବନୀ ମୋହନ ପାଣିଗ୍ରାହୀ ଲୋକଦୃଷ୍ଟି ପ୍ରତିଷ୍ଠାତା, ସତିଶ ପଟ୍ଟନାୟକ ଶିକ୍ଷାବିତ, ଶଙ୍କର୍ଷଣ ପୁରୋହିତ ସଭାପତି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ନୂଆପଡ଼ା , ମନୋଜ କୁମାର ପଣ୍ଡା କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପ୍ରତିନିଧି , ପ୍ରଶାନ୍ତ କୁମାର ପଣ୍ଡା କାର୍ଯ୍ୟକାରୀ ସଭାପତି ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ,ଜିତେନ୍ଦ୍ର କୁମାର ଖମାରୀ ବ୍ଲକ ସଭାପତି ନୂଆପଡ଼ା, ସୁବଳଶ୍ୟାମ ପଣ୍ଡା ବ୍ଲକ ସଭାପତି କୋମନା, ଧବଳେଶ୍ଵର ହରିଜନ ବ୍ଲକ ସଭାପତି ବୋଡ଼େନ , ରାଜେନ୍ଦ୍ର ଖମାରୀ ବ୍ଲକ ସଭାପତି ସିନାପାଲି , ପୁରୁ ସଗରିଆ ବ୍ଲକ ସଭାପତି ଖଡିଆଳ ଙ୍କ ସହ ଜିଲ୍ଲାର ବିଭିନ୍ନ ବ୍ଲକର ସଙ୍ଘୀୟ କର୍ମକର୍ତ୍ତା ମାନଙ୍କ ସହ ଖଡିଆଳ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ବିଦାୟୀ ଶିକ୍ଷକ ଗଣେଶ ଦୂବେଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ସହିତ ତାଙ୍କର ଶିକ୍ଷା କ୍ଷେତ୍ର ରେ ଅବଦାନ ପାଇଁ ସମସ୍ତ ସଂଘ, ଛାତ୍ରଛାତ୍ରୀ, ବିଦ୍ୟାଳୟ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ  ସ୍ମୃତି ଚାରଣ କରିଥିଲେ। ଏହି ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଳନ ଅବସରରେ ଖଡ଼ିଆଳ ବ୍ଲକର ନିୟମିତ ହୋଇଥିବା ଏବଂ ସ୍ଥାନାନ୍ତର ହୋଇ ଆସିଥିବା ନୂତନ ପେନସନ ଯୋଜନଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନିୟମିତ ରକ୍ତଦାତା ଓ ରକ୍ତଦାତା ପ୍ରବର୍ତ୍ତକ ବର୍ତ୍ତମାନ ସୁଦ୍ଧା ୯୪ ଥର ରକ୍ତଦାନ କରିଥିବା ଶିକ୍ଷକ କିଶୋର କୁମାର ପରିଡ଼ା ଙ୍କୁ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ନୂଆପଡ଼ା ଜିଲ୍ଲା ତରଫରୁ ମହାସଚିବ ବିକ୍ରମ ରଥଙ୍କ କରକମଳରେ ଅତିଥି ମାନଙ୍କ ଗହଣରେ ଉପଢ଼ୌକନ ଓ ସ୍ମୃତିଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷୟିତ୍ରୀ ଜୟଶ୍ରୀ ଦଣ୍ଡସେନା ଓ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ କ୍ଷୀରୋଦ କୁମାର ଗହୀର ,ଲକ୍ଷ୍ମୀ ନାରାୟଣ ସାହୁ, ଶିଲୁ ମହାନନ୍ଦ, କ୍ଷେତ୍ରବାସୀ ବାରିକ, ପ୍ରକାଶ ଠାକୁର , ଦିନେଶ କୁମାର ପଟେଲ, ହେମନ୍ତ ସେଠୀ , ତ୍ରିଲୋଚନ ଶବର, ଦେବ କୁମାର ବନଛୋର, ପ୍ରତିମାରାଣୀ ନନ୍ଦ,ମାରିନା ହରପାଲ, ପ୍ରଣତୀ ମାଳି, ଦମୟନ୍ତୀ ଖମାରୀ, ଲିପିକା ପାଢ଼ୀ,ଅନୁରାଧା ସାହୁ, ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ପ୍ରଶାନ୍ତ କୁମାର ପଣ୍ଡା କାର୍ଯ୍ୟକାରୀ ସଭାପତି ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଧନ୍ୟବାଦ ଅର୍ପଣ  କରିଥିଲେ।
Leave A Reply