Odisha news

ତାଡି ଜବତ, ଦୁଇ ଗିରଫ 

0
ନୂଆପଡ଼ା – ୨୮/୧(ସୁରେନ୍ଦ୍ର ତିୱାରୀ)  କୋମନା ଥାନା ଅଞ୍ଚଳ ରେ ଅବକାରୀ ବିଭାଗ ଚଢ଼ାଉ କରି ତାଡି ସହ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଖରିଆର ଅବକାରୀ ଥାନା ର ଭାରପ୍ରାପ୍ତ ଅଧିକାରୀ ସଦଳବଳେ ଟିକ୍ରାପଡ଼ା ଗ୍ରାମରେ ଏକ କୁଡ଼ିଆ ଘରେ ଚଢ଼ାଉ କରି ବେଆଇନ ଭାବେ ଗଛିତ ପଚାଶ ଲିଟର ତାଡି ଜବତ କରି ଏହି କାରବାର ରେ ଲିପ୍ତ ଥିବା ଅଭିଯୁକ୍ତ ଚିନାଲିଙ୍ଗା ସ୍ୱାମୀ (45)କୁ ଗିରଫ କରିଛି.। ଅନ୍ୟ ଏକ ଘଟଣା ରେ ସାଲେଭଟା ନିକଟସ୍ଥ ରାସ୍ତାରେ ବିକ୍ରୀ ପାଇଁ ନେଉଥିବା ତିରିଶ ଲିଟର ତାଡି ଜବତ କରିବା ସହ  ଅଭିଯୁକ୍ତ ପି. ସତୀଶ କୁ ଉକ୍ତ ଟିମ ଗିରଫ କରିଉଭୟ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭାରପ୍ରାପ୍ତ ଅଧିକାରୀ ଅଲେଖ ପୁଟେଲ ଙ୍କ ସୂତ୍ରରୁ ପ୍ରକାଶ। ଏହି ଚଢ଼ାଉ ରେ  ଏ.ଏସ. ଆଇ ଶିବ ପ୍ରସାଦ ଦୁରିଆ, କନଷ୍ଟେବଳ ପ୍ରଶାନ୍ତ ନାଏକ, ବୈଜୟନ୍ତୀ ଶବର, ମଧୁସୂଦନ ସିଂ ସାମିଲ ଥିଲେ। ଅଭିଯୁକ୍ତ ମାନେ ଆନ୍ଧ୍ର ପ୍ରଦେଶ ନିବାସୀ ବୋଲି ଜଣାପଡିଛି।
Govt
Leave A Reply