ପୁଞ୍ଜି ନିବେଶକାରୀଙ୍କ ବିଶ୍ୱାସଭାଜନ ହୋଇପାରି ନଥିଲା ବିଜେଡି ସରକାର
ନିବେଶକାରୀଙ୍କୁ ଦେଇଥିବା ନିଜ ପ୍ରତିଶୃତି ରକ୍ଷା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲା ବିଜେଡି ସରକାର
ଡବଲ ଇଂଜିନ ସରକାରରେ ବିକାଶର ବେଗ ଦେଖି ଆଚମ୍ବିତ ହୋଇପଡିଛନ୍ତି ବିଜେଡିର ନେତୃବୃନ୍ଦ
ଓଡିଶାକୁ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ନିଜେ ଦାୟୀତ୍ୱ ନେଇଛନ୍ତି
ଭୁବନେଶ୍ୱର, ତା.୨୮/୦୧: ଦୀର୍ଘ ୨୪ ବର୍ଷର ବିଜେଡି ଶାସନରେ ଓଡିଶାର ଅଧୋଗତି ଘଟିଥିଲା । ଓଡିଶାର ବିକାଶ ସ୍ଥାଣୁ ପାଲଟିଥିଲା । “ବହୁ ଆଡମ୍ବରେ ଲଘୁକ୍ରିୟା” ସଦୃଶ ବିଜେଡି ଶାସନରେ ‘ବିକାଶ’ କେବଳ କାଗଜ କଲମରେ ସୀମିତ ଥିଲା । ‘ମେକ ଇନ ଓଡିଶା ସମ୍ମିଳନୀ’ ଜରିଆରେ ବିପୁଳ ମାତ୍ରାରେ ଟଙ୍କା ଖର୍ଚ୍ଚ କରାଯାଇଥିଲା ସତ, କିନ୍ତୁ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜି ନିବେଶକାରୀଙ୍କ ବିଶ୍ୱାସଭାଜନ ହୋଇପାରି ନଥିଲା ବିଜେଡି ସରକାର । ନିବେଶକାରୀଙ୍କୁ ଦେଇଥିବା ନିଜ ପ୍ରତିଶୃତି ରକ୍ଷା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲା ବିଜେଡି ସରକାର । ଏପରିକି ଅପରା ସମ୍ଭାବନା ଥିବା ସତ୍ୱେ ଓଡିଶା ରାଜ୍ୟକୁ ଶିଳ୍ପ ଶୂନ୍ୟ କରିବାର ବିରାଟ ଷଡଯନ୍ତ୍ର ରଚାଯାଇଥିଲା ବୋଲି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଅନ୍ୟ ପଟେ ବାରମ୍ବାର ପ୍ରତାରିତ କରିଆସୁଥିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ବିଜେଡି ସରକାରକୁ ରାଜ୍ୟବାସୀ ପ୍ରତ୍ୟାଖାନ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ବିଜେପି ପ୍ରତି ଆସ୍ଥା ପ୍ରକଟ କରି ଶାସନ କ୍ଷମତା ପ୍ରଦାନ କରିଛନ୍ତି । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଲୋକଙ୍କ ଭିତରେ ଅନେକ ଆଶା ଓ ଭରସା ସଂଚାର ହୋଇଛି । ମାତ୍ର ୭ ମାସ ଭିତରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୫ମ ଗସ୍ତ ଏବଂ ରାଜ୍ୟରେ ଡବଲ ଇଂଜିନ ସରକାରରେ ବିକାଶର ବେଗ ଦେଖି ଆଚମ୍ବିତ ହୋଇପଡିଛନ୍ତି ବିଜେଡିର ନେତୃବୃନ୍ଦ । ୨୪ ବର୍ଷର ଅପାରଗତାକୁ ମନେ ପକାଇ ବିଚଳିତ ହୋଇପଡିଥିବା ବିଜେଡି ନେତାମାନେ ପ୍ରଳାପ କରୁଛନ୍ତି । ୨୦୩୬ ସୁଦ୍ଧା ଓଡିଶାକୁ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିଜେ ଦାୟୀତ୍ୱ ନେଇଛନ୍ତି ବୋଲି କହିବା ସହିତ “ଗ୍ୟାରେଂଟିର ଗ୍ୟାରେଂଟି ହେଉଛି ମୋଦି ଗ୍ୟାରେଂଟି” ବୋଲି ଶ୍ରୀ ତ୍ରିପାଠୀ ବିରୋଧୀମାନଙ୍କୁ ମନେ ପକାଇ ଦେଇଛନ୍ତି ।
Prev Post