Odisha news

ଗଙ୍ଗାଧର ସାରସ୍ୱତ ସମିତିର ସାହିତ୍ଯ ଆସର

0
ନୂଆପଡା -୧୩/୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ସଦର ମହକୁମାରେ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସ୍ଥାନୀୟ ସ୍ୱର ସଙ୍ଗମ କଳା ପରିଷଦ ଠାରେ ରବିବାର ଏକ ସାହିତ୍ଯ ଆସର ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ସ୍ବାମୀ ବିବେକାନନ୍ଦଙ୍କ ସ୍ମୃତିଚାରଣ ସହ ଜାତୀୟ ଯୁବ ଦିବସ ଓ ଗଣପର୍ବ ପୌଷ ପୂର୍ଣ୍ଣିମା ବିଷୟରେ ଆଲୋଚନା କରାଯାଇଥିଲା। ଏହା ପରେ ଉପସ୍ଥିତ କବିମାନେ ସ୍ବରଚିତ ନବବର୍ଷ ସଂପର୍କିତ କବିତା ପାଠ କରିଥିଲେ । କାଯ୍ଯକ୍ରମରେ ମୂରଲୀଧର ସା, ରବୀନ୍ଦ୍ର ନାଥ ଯୋଷୀ, ତ୍ରିନାଥ ମେହେର, ମୋହନ ଚରଣ ଦାସ, ତରୁଣ କୁମାର ମେହେର, ପରେଶନାଥ ପାଣିଗ୍ରାହୀ, ଧୃବ ଚରଣ ପଧାନ, ଶିବ ପ୍ରସାଦ ମେହେର, ହରେକୄଷ୍ଣ ମେହେର, ପ୍ରେମାନନ୍ଦ ମେହେର, ରଶ୍ମିରଞ୍ଜନ ସା, ମନୋଜ ମହାନନ୍ଦ, ଚୁଡ଼ାମଣି ମେହେର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷରେ ପ୍ରଦ୍ଯୁମ୍ନ କୁମାର ସିଂ ଚିନ୍ଦା ଧନ୍ଯବାଦ ଦେଇଥିଲେ ।
Leave A Reply