ନୂଆପଡା- ୧୩/୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ, ତିଖାଲି ଠାରେ ୟୁଟ୍ୟୁବର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀର ମୂଳ ଲକ୍ଷ ଓ ଆଭିମୁଖ୍ୟ ହେଲା ୟୁଟ୍ୟୁବରମାନଙ୍କୁ କେମିତି ଏକତ୍ର କରି ସମାଜ ରେ ସମ୍ମାନ ମିଳିବ, ଲୋକ କେମିତି ଜାଣିବେ ୟୁଟ୍ୟୁବର ମାନଙ୍କ କେମିତି ନଜସ୍ଵ ପରିଚୟ ସୃଷ୍ଟି ହେବ ଏଥି ପ୍ରତୀ ଆଲୋଚନ ହୋଇଥଲା ଓ ଗଠିତ ହୋଇଥଲା ନୂଆପଡା ଜିଲ୍ଲା ୟୁଟ୍ୟୁବର ମହାସଂଘ । ଏଥିରେ ଜିଲ୍ଲା ସଭାପତି, ସଂପାଦକ ଗଠନ କରାଯିବା ସହ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇଥିଲା. ଜିଲ୍ଲା ସଭାପତି ରୁପେ ମହେନ୍ଦ୍ର ସୁନାରି ,ମହେନ୍ଦ୍ର ଗୁରୁ ୟୁଟ୍ୟୁବ ଚେନ୍ନଲ ଓ ଟିକେଶ୍ୱର ହଂସ,କଳାକାର ୱାର୍ଲଡ ୟୁଟ୍ୟୁବ ଚେନେଲ କୁ ସମ୍ପାଦକ ଚୟନ କରାଯାଇଥିଲା । ସେହି ଭଳି ପ୍ରତ୍ୟକ ବ୍ଲକ ରେ ମଧ୍ୟ ଏକ କମିଟି ଗଠନ କରାଯଇଥିଲା। ଏହି କାର୍ଯ୍ୟକ୍ରମ ରେ ସମଗ୍ର ଜିଲ୍ଲା ର କୋଣ ଅନୁ କୋଣ ରୁ ୟୁଟ୍ୟୁବର ସାଥୀ ଆସିଥିଲେ । ଏହି ସମ୍ମିଳନୀରେ ୟୁଟ୍ୟୁବର ମାନଙ୍କର ମୂଳ ଲକ୍ଷ ଥିଲା ନୂଆପଡା ଜିଲ୍ଲା ର ଲୋକ କଳା ସଂସ୍କୃତି ନାଟକ, କୀର୍ତନ, ଦଣ୍ଡ, ପାଲା, ଦାସ କାଠିଆ ଓ ଅନେକ ଲୁକାଇତ ପ୍ରତିଭା ର ଅନ୍ୱେଷଣ କରି କଳାକାର ମାନଙ୍କୁ କେମିତି ଲୋକ ଲୋଚନକୁ ଆସିବ ସେ ପ୍ରତୀ ଦୃଷ୍ଟି ଦିଆ ଯିବ ଓ ଆଗାମୀ ଦିନରେ ନୂଆପଡା ଜିଲ୍ଲା ୟୁଟ୍ୟୁବର ମହାସଙ୍ଘ ର ରେଜିଷ୍ଟେସନ କେମିତି ହେବ ଉଦ୍ୟମ ଓ ପ୍ରଚେଷ୍ଟା କରାଯିବ ଆଲୋଚନା ହୋଇଥଲା । ଉପରୋକ୍ତ ବୈଠକ ରେ ରମଣ ଦୁରିଆ, ରାଜକିଶୋର ରଣା, ଭୁଜ ବାଗ, ଚିତ୍ତରଞ୍ଜନ ପ୍ରଧାନ, ତିଳ ରାଉତ, ଟୁନା ଭୋଇ, ଧ୍ରୁବରଞ୍ଜନ ବାଗ, ଭରତ ନିଆଲ, ସୁନୀଲ ହଂସ, ପ୍ରମୁଖ ସହଯୋଗ କରିଥିଲେ।।