Odisha news

ନୂଆପଡ଼ା ଜିଲ୍ଲlରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ : ଚାଷୀ ହସିଲେ ସାରା ଦୁନିଆଁ ହସିବ : ଜିଲ୍ଲାପାଳ

0
ନୂଆପଡ଼ା – ୨୧/୧୧ (ସୁରେନ୍ଦ୍ର ତିୱାରୀ)  : ଆଜି ନୂଆପଡ଼ା ଜିଲ୍ଲାରେ ବିଶ୍ଵ ମତ୍ସ୍ୟ ଦିବସ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କୃଷି ବିଭାଗ ସମ୍ମିଳନୀ କକ୍ଷରେ ପାଳିତ ହୋଇ ଯାଇଛି l ସଭାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜନ ସାହୁ ସ୍ବାଗତ ସମ୍ଭାଷଣ ସହିତ ନିଜ ବିଭାଗର କାର୍ଯ୍ୟାବଳୀ ଓ ଉପଲବ୍ଧି ସମ୍ବନ୍ଧରେ ଅବଗତ କରାଇଥିଲେ l ଉନ୍ନତ ଜ୍ଞାନ କୌଶଳ ଓ କଲ୍ୟାଣକାରୀ ଯୋଜନାରେ ଜିଲ୍ଳାର ମାଛ ଚାଷୀ ମାନେ ଉପକୃତ ହେଉଛନ୍ତି l
ଜିଲ୍ଲାରେ ଚଳିତ ବର୍ଷ ୧୯ ହେକ୍ଟର ଜମିରେ ନୂତନ ମାଛ ପୋଖରୀ ଖୋଳା ଯାଇଛି ଏବଂ ୩୮ ଟି ବାୟୋଫ୍ଲେକ୍ସ ଟାଙ୍କିରେ ମାଛ ଚାଷ ହେଇଛି l ୧୧୨ ହେକ୍ଟର ଗ୍ରାମ ପଞ୍ଚାୟତ ପୋଖରୀ ରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଛ ଚାଷ କରି ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇପାରିଛନ୍ତି l ୨୬ ଏକର୍ ପୋଖରୀ ରେ ମାଛ ଜାଆଁଳ ଉତ୍ପାଦିତ ହୋଇ ମାଛ ଚାଷ ବୃଦ୍ଧିରେ ସହାୟକ ହୋଇ ପାରିଛି l ୩୫ ଜଣ ଚାଷୀଙ୍କୁ ମାଛ ଜାଲ କ୍ରୟ ପାଇଁ ଆର୍ଥିକ ସହାୟତା ଦିଆଯାଇଛି l ଏହାସହ ୨୮ ଟି ମତ୍ସ୍ୟଜୀବୀ ପରିବାରର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢିବା ପାଇଁ ମେଧାବୃତ୍ତି ଯୋଗାଇ ଦିଆଯାଇଛି lଏହି ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ମତ୍ସ୍ୟ ଚାଷୀ ମାନଙ୍କୁ ସମ୍ବୋଧନ କରିବା ସହିତ ପ୍ରଗତିଶିଳ ଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ  ସମ୍ବର୍ଦ୍ଧିତ କରିଛନ୍ତି l  ସମଗ୍ର ଜିଲ୍ଲାର ଆଗଧାଡ଼ିର ମାଛ ଚାଷୀ ମାନେ ସଭାରେ ଯୋଗ ଦେଇଥିଲେ l ଜିଲ୍ଲାପାଳ ସେମାନଙ୍କୁ ସମନ୍ୱିତ ଚାଷ କରି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବାପାଇଁ ପ୍ରୋତ୍ସାହିତ କରିଥିଲେ l ସେ କହିଲେ ଚାଷୀମାନେ ଦିନରାତି କଠିନ ପରିଶ୍ରମ କରି ସମାଜକୁ ଖାଦ୍ୟ ଯୋଗାଉଥିବାରୁ ସେମାନଙ୍କ ଉନ୍ନତି ପାଇଁ ସରକାର ତଥା ଜିଲ୍ଲା ପ୍ରଶାସନ ବଦ୍ଧପରିକର l ବର୍ତ୍ତମାନ ସମଗ୍ର ରାଜ୍ୟରେ ନୂଆପଡ଼ା ଜିଲ୍ଲା ଧାନ ଚାଷ ସହିତ ମାଛ ଚାଷ ପାଇଁ ମଧ୍ୟ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି l ଆମକୁ ଏଇ କ୍ଷେତ୍ରରେ ଆହୁରି ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ପଡ଼ିବ l ଏହି ସଭାରେ ସମ୍ମାନିତ ଅତିଥି ରୂପେ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଲବ ସୋରେନ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଶାରଦା ପ୍ରସାଦ ସିଂ ବରିହା, ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, ଜିଲ୍ଲା କୃଷି ଅଧିକାରୀ ସତ୍ୟ ଭୂଷଣ ନାଗ ପ୍ରମୁଖ ଯୋଗଦେଇ ଚାଷୀ ମାନଙ୍କୁ ସମନ୍ୱିତ ପ୍ରଣାଳୀ ରେ ମାଛଚାଷ, ଧାନଚାଷ ସହିତ ଗୋପାଳନ କୁକୁଡା ବତକ ପାଳନ ଏଵଂ ଉଦ୍ୟାନ କୃଷି କରି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବାପାଇଁ ପରାମର୍ଶ ଦେଇଥିଲେ l ଏଥିପାଇଁ ସେମାନଙ୍କ ବିଭାଗ ପକ୍ଷରୁ ଦିଆଯାଉଥିବା ସୁବିଧା ସୁଯୋଗ ସମ୍ବନ୍ଧରେ କୃଷକ ମାନଙ୍କୁ ଅବଗତ କରାଇଥିଲେ l ସହ ମତ୍ସ୍ୟ ଅଧିକାରୀ ଖରୀଆର, ଭବାନୀ ଶଙ୍କର ପଣ୍ଡା  ସଭା ସଂଯୋଜନା କରିଥିଲେ l
ଜିଲ୍ଲାପାଳ କହିଲେ କୃଷି ଓ ସମସ୍ତ ଆନୁଷଙ୍ଗିକ ବିଭାଗ ଚାଷୀ ମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବେ l ଜିଲ୍ଲାର କୃଷକ ଓ ଶ୍ରମିକ ମାନେ ପ୍ରବାସୀ ଶ୍ରମିକ ହେବା ପାଇଁ ଭୁଲିଯାଆନ୍ତୁ ଏଵଂ ସରକାର ଙ୍କ ସହାୟତାରେ କଠିନ ପରିଶ୍ରମ କରି ମାଟିରେ ସୁନା ଫଳାନ୍ତୁ lଚାଷୀ ହସିଲେ ସାରା ଦୁନିଆଁ ହସିବ l

Leave A Reply