ନୂଆପଡ଼ା୨୧/୯ ସକାଳ ଖବର (ସୁରେନ୍ଦ୍ର ତିୱାରି ) ଆଜି ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ଓଡିଶା ସରକାରଙ୍କ ଉପଲବ୍ଧି ଏବଂ ସଫଳତା ନେଇ ରିପୋର୍ଟ କାର୍ଡ ଶ୍ରମ,ନିୟୋଜନ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରଦାନ୍ କରିଛନ୍ତି। ମୁଖ୍ୟ ଅତିଥି ରୂପେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଯୋଗଦାନ କରି ନାରୀ, ମହିଳା, ଯୁବକ, କୃଷକ ପାଇଁ ତିନି ମାସ, ୧୦୦ ଦିନରେ ଅନେକ ଯୁଗାନ୍ତକାରୀ ଯୋଜନା ପ୍ରଣୟନ କରିଥିବା ବେଳେ ସୁଭଦ୍ରା ଯୋଜନା ରେ ୧ କୋଟି ମହିଳା ଙ୍କୁ ସାମିଲ କରିଥିବା ପ୍ରକାଶ କରିଛନ୍ତି। ନାରୀଙ୍କୁ ସମ୍ମାନ ଦେବା ସହ ମହିଳାମାନେ ସ୍ବାବଲମ୍ବୀ ହେବେ ବୋଲି ପ୍ରକାଶ କରିଛନ୍ତି। ଉପରୋକ୍ତ ସଭା କୁ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିବା ବେଳେ , ଅତିଥି ରୂପେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି.ଆର. ରାଘବେନ୍ଦ୍ର ରେଡ୍ଡୀ, ଖରିଆର ରୋଡ ଏନ.ଏ. ସି. ଅଧ୍ୟକ୍ଷା ସୋନିଆ ଜୈନ, ଯୁବ ନେତା ଅଭିନନ୍ଦନ ପଣ୍ଡା ମଞ୍ଚାସିନ ହୋଇଥିଲେ। ଏହି ଉପଲକ୍ଷେ ଚାରି ଦିନିଆ ବିକାଶ ମେଳା କୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଶୁଭ ଉଦ୍ଘାଟନ କରି ଅତିଥିଗଣ ବିକାଶ ମେଳା ପରିଦର୍ଶନ କରି ବିଭିନ୍ନ ବିଭାଗର ସଫଳତା ଦେଖିଥିଲେ। ସଭାରେ ସରକାରଙ୍କ ଉପଲବ୍ଧି ନେଇ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏ ଅବସର ରେ ବିଭିନ୍ନ ଯୋଜନା ର ହିତାଧିକାରୀଙ୍କୁ ଶ୍ରମ କଲ୍ୟାଣ ଯୋଜନା ର ସହାୟତା ରାଶି ପ୍ରଦାନ କରାଯାଇଥିଲା, ବିଶେଷ ରୂପେ ଶ୍ରମିକ ମୃତ୍ୟୁ ସହାୟତା ରାଶି ପରିବାର ଙ୍କୁ ୨ ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରିଥିବା ବେଳେ ଶ୍ରମିକ ବୀମା ରାଶି ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ସେହିପରି ଶ୍ରମିକ ସନ୍ତାନ ବିବାହିତ ସହାୟତା ରାଶି ୫୦ ହଜାର ଟଙ୍କା ଚେକ୍ ପ୍ରଦାନ କରିଛନ୍ତି। ସେହିପରି ଗର୍ଭବତୀ ପ୍ରସୂତି ଜନିତ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଛାତ୍ର ବୃଦ୍ଧି ଏବଂ ଶିକ୍ଷା ସହାୟତା ରାଶି ପ୍ରଦାନ କରିଛନ୍ତି । ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷ ରୁ ମଞ୍ଚ ଉପରେ ଚିତାକର୍ଷକ୍ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରାଯାଇଥିଲା।
