ନୁଆଦିଲୀ : ଭାରତର ରାଷ୍ଟ୍ରୀୟ ଭାଷା ହିନ୍ଦୀ, ଏହା ଆମେ ସମସ୍ତେ ଜାଣିଛୁ l ଏବଂ ଆମ ମଧ୍ୟରୁ ଅନେକ ବ୍ୟକ୍ତିଙ୍କର ଧାରଣା ମଧ୍ୟ ରହିଛି ଯେ କେବଳ ଭାରତରେ ହିଁ ହିନ୍ଦୀ କୁ ପ୍ରାଧାନ୍ୟ ଦିଆଯାଇ ଥାଏ l କାହିଁକିନା ସମସ୍ତ ଦେଶର ଭାଷା ଗୋଟିଏ ନୁହେଁ l ଗୋଟିଏ ଦେଶର ଭାଷା ଅନ୍ୟ ଦେଶ ଠାରୁ ପୃଥକ ଅଟେ l ଠାରେ ଭାବିଲେ ଦେଖି ଭାରତ ବ୍ୟତୀତ ମଧ୍ୟ ଏଭଳି ଗୋଟିଏ ଦେଶ ରହିଛି ଯେଉଁଠି ହିନ୍ଦୀ କୁ ରାଜଭାଷା ଭାବରେ ମହତ୍ୱ ଦିଆଯାଇଛି , ଆପଣଙ୍କୁ ଏହା ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ଲାଗୁଥିବ ନୁହେଁ ?
ହଁ ଆଜ୍ଞା ଏହା ସତ୍ୟ ଫିଜି ହେଉଛି ସେହି ଦେଶ ଯେଉଁଠି ହିନ୍ଦୀ କୁ ରାଜଭାଷା ର ମାନ୍ୟତା ଦିଆଯାଇଛି l ଫିଜି ରେ ହିନ୍ଦୀ କୁ ଫିଜିୟନ ହିନ୍ଦୀ କିମ୍ବା ଫିଜିୟନ ହିନ୍ଦୁସ୍ତାନୀ କୁହାଯାଇ ଥାଏ l ଫିଜି ରେ ହିନ୍ଦୀ କୁ ଦେବନାଗରୀ ଓ ରୋମାନ ଲିପି ଦୁଇଟିରେ ଲେଖା ଯାଇଥାଏ l ଫିଜି ହିନ୍ଦୀ ଭୋଜପୁରୀ ଓ ଅବଧି ଭାଷା ରୁ ମିଳିତ ଭାବରେ ହୋଇଛି l ହିନ୍ଦୀ ରେ ଫିଜି ଓ ଇଂରାଜୀ ଭାଷା ର ମଧ୍ୟ ଶବ୍ଦ କୁ ସାମିଲ କରାଯାଇଛି l ଫିଜି ରେ ହିନ୍ଦୀ ବ୍ରିଟିଶ ଗିରମିଟିଆ ଶ୍ରମ ପ୍ରଣାଳୀ କାରଣରୁ ଆସିଥିଲା l
ଫିଜି ର ସମୁଦାୟ ଜନସଂଖ୍ୟା ର ୩୮ % ଜନସାଧାରଣ ଭାରତୀୟ ବଂଶୋଦ୍ଭବ ଅଟନ୍ତି l ଯେଉଁ କାରଣରୁ ହିନ୍ଦୀ ଭାଷାଭାଷୀ ଲୋକଙ୍କ ସଂଖ୍ୟା ଅଧିକ ଅଟନ୍ତି l ୧୯୯୭ ରେ ହିନ୍ଦୀ କୁ ହିନ୍ଦୁସ୍ତାନୀ କୁହାଗଲା ଫିଜି ରେ l କିନ୍ତୁ ୨୦୧୩ ରେ ଏହାକୁ ହିନ୍ଦୀ ବୋଲି ମାନ୍ୟତା ଦିଆଗଲା l
