Odisha news

ଗଙ୍ଗାଧର ସାରସ୍ୱତ ସମିତିର ବିଶ୍ୱ କବିତା ଦିବସ।                                 

0
  ନୂଆପଡ଼ା -୨୧/୦୩ ସକାଳ ଖବର (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ସିନାପାଲି  ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସ୍ଥାନୀୟ ହାଇସ୍କୁଲ ଏନସିସି ଭବନରେ ବିଶ୍ୱ କବିତା ଦିବସ ଗୁରୁବାର ପାଳିତ ହୋଇଛି । ସମିତିର ବରିଷ୍ଠ ସଦସ୍ଯ ରବୀନ୍ଦ୍ରନାଥ ଯୋଷୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ କବି ମୁରଲୀଧର ସା, ଚିନ୍ତାମଣି ସାହୁ, ସମିତି ସଭାପତି ତଥା ଯୂବ ଲେଖକ ବୈଷ୍ଣବ ମେହେର ମଂଚାସିନ ଥିଲେ । ଏ ଅବସରରେ  କବିତାକୁ ସାହିତ୍ଯର ପ୍ରାଣ ବୋଲି କହିବା ସହ କବିତା କେବଳ ପାଠକର ମନକୁ କିଣେ ନାହିଁ ବରଂ ଏହା ମାନବୀୟ ସହୄଦୟତା ସୃଷ୍ଟି କରିବାରେ ସହାୟକ ହୁଏ ବୋଲି ଅତିଥି ମାନେ ମତବ୍ଯକ୍ତ କରିଥିଲେ । ପ୍ରଥମେ ପ୍ରଭୁ ଗଜାନନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ଯାର୍ପଣ କରାଯାଇ କାର୍ଯ୍ଯକ୍ରମର ଶୁଭାରମ୍ଭ କରାଗଲା ପରେ ବ୍ଯଙ୍ଗକବି ଶିବ ପ୍ରସାଦ ମେହେରଙ୍କ ସଂଯୋଜନାରେ   ପରେଶନାଥ ପାଣିଗ୍ରାହୀ, ପ୍ରେମାନନ୍ଦ ମେହେର, ଚିନ୍ତାମଣି ସାହୁ, ମୁରଲୀଧର ସା, ତରୁଣ କୁମାର ମେହେର, ରମେଶ କୁମାର ହଂସ, ଚୂଡ଼ାମଣି ମେହେର, ନିଲାଞ୍ଚଳ ମେହେର, ସାନୁର୍ଯ୍ଯ ମେହେର, ଗୌତମ ମେହେର, ଲୋଚନ ମେହେର, କମଳଜିତ ବୈକାର, ଯଶୋବନ୍ତ ସା, ବଂଶୀଧର ଜଗତ, ତସ୍ମିନ ମେହେର, ନରସିଂହ ମେହେର ପ୍ରମୁଖ ଯୋଗ ଦେଇ  ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ କବି ଗୌତମ ମେହେର ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ ।
Govt
Leave A Reply