Odisha news

ନୂଆପଡ଼ା ରେ ପୁଣି ବାଘ୍ ଆତଙ୍କ : ୭ ବର୍ଷ ବାଳକ କୁ ଝାମ୍ପି ନେଲା

0

ନୂଆପଡ଼ା- ୩୦/୧୦ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ସଂଧ୍ୟା ନୂଆପଡ଼ା ରେଞ୍ଜ ଧରମବନ୍ଧା କଟିଙ୍ଗପାଣି ଗ୍ରାମ ର ଗୌଦ୍ଧସ୍ ପଡ଼ା ରୁ ଏକ ସାତ ବର୍ଷୀୟ ବାଳକ କୁ ବଘ୍ ଟେକି ନେଇ ଶିକାର କରିଛି।ଖବର ନେବାରୁ ପ୍ରକାଶ ଆଜି ସଂଧ୍ୟା ଗୌଦ୍ଧସ ପଡ଼ା ର ହୁମନ୍ ଧରୁଆ ଙ୍କ ପୁଅ ଡମ୍ବରୁ ଧରୁଆ(୭) ଘର ସାମନା ରୁ ବାଘ ଝାମ୍ପୀ ନେଇ ଥିଲା।ଖବର ପ୍ରଚାରିତ ହେବା ପରେ ମିଳିତ ଗ୍ରାମ ବାସୀ ଓ ଘର ଲୋକେ ବାଘ ର ପିଛା କରି ଡମ୍ବରୁ କୁ ଉଦ୍ଧାର କରି ଥିଲେ ହେଁ ସେ ବାଘ ଦ୍ଵାର ଲହୁଲୁହାଣ ହେଇ ମୃତ୍ୟୁ ବରଣ କରିଥିଲା । ଅଞ୍ଚଳ ବାସି ଙ୍କ ଦ୍ଵାରା ପ୍ରକାଶ ଯେ ବିଗତ କିଛି ଦିନ ରୁ ଉପରୋକ୍ତ ଅଞ୍ଚଳ ରେ ଦୁଇ ତିନୋଟି ବାଘ ଚଳପ୍ରଚଳ ହେବା ଦେଖା ଯାଇଛି, ସୂଚନା ଯୋଗ୍ୟ ଯେ ସୁନାବେଡା ଅଭୟାରଣ୍ୟ ଅଞ୍ଚକ ହେଇ ଥିବା ରୁ ଏଠାରେ ବନ୍ୟଜନ୍ତୁ ଅବାଧ ରେ ବୁଲା ବୁଲି କରି ଥାନ୍ତି। ଉପରୋକ୍ତ ଘଟଣା ପରେ ଅଞ୍ଚଳ ରେ ଭୟର ବାତା ବରଣ ଖେଳି ଯାଇଛି।

Leave A Reply