ନୂଆପଡ଼ା-୨୫/୮ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଦୀର୍ଘ ଦିନର ନିରବତା ପରେ ନୂଆପଡ଼ାରେ ପୁଣି ମାଓ ହିଂସା। ସଦର ଥାନା କେରମେଲି ପଞ୍ଚାୟତ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମ ର ନାକାପଡ଼ାରେ ବୋମାମାଡ଼ କରି ବନ୍ୟଜନ୍ତୁ ବିଭାଗ ର ବିଟ୍ ହାଉସ୍ ଓ ଜେସିବି ମେସିନ୍ ଜାଳି ଦେଇଛନ୍ତି ମାଓବାଦୀ। ଗାଁର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲଗାଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୮ରୁ ୨୫ ଜଣ ସଶସ୍ତ୍ର ମାଓବାଦୀ କେରମେରି ପଞ୍ଚାୟତର ଗୋଳାବନ୍ଧ ଗ୍ରାମ ର ନାକାପଡ଼ାରେ ବିଟ୍ ହାଉସ ଉପରକୁ ବୋମାମାଡ଼ କରିଥିଲେ। ଏହାଫଳରେ ବିଟ୍ ହାଉସ୍ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଏହାପରେ ସେମାନେ ଜେସିବି ମେସିନ୍ ଜାଳି ଦେଇଥିଲେ।ନୂଆପଡା ସଦର ବ୍ଲକ କେରମେଲି ପଞ୍ଚାୟତ ର ଗୋଲାବନ୍ଦ ଗ୍ରାମରେ ମାଓବାଦୀ ମାନେ ବଡ ଧରଣ ର କାଣ୍ଡ ଭିଆଇଛନ୍ତି। ଗତକାଲି ବିଲମ୍ବିତ ରାତ୍ରି ରେ ସଶସ୍ତ୍ର ମାଓବାଦୀ ମାନେ ଆସି ପ୍ରଥମେ ଗୋଲାବନ୍ଦ ଗାଁ ରେ ଥିବା ବନ୍ୟଜନ୍ତୁ ବିଭାଗ ର ଫରେଷ୍ଟର କ୍ବାଟର କୁ ମଧ୍ଯ ବୋମା ମାଡ କରିଥିବାବେଳେ ଗ୍ରାମରେ ଥିବା ଏକ ପୋକଲିନ ( ଜେଶିବି) ମେସିନ ରେ ନିଆଁ ଲଗାଇଛନ୍ତି। ଫରେଷ୍ଟର ଅଫିସ ନିକଟ ରେ ମାଓ ପୋଷ୍ଟର ଛାଡିଛନ୍ତି, ମାଓ ପୋଷ୍ଟର ରେ କେନ୍ଦ୍ର ସରକାର, ଓଡିଶା ରାଜ୍ୟ ସରକାର ଓ ଛତିଶଗଡ ରାଜ୍ୟ ସରକାର ଙ୍କୁ ବିରୋଧ କରିଛନ୍ତି । ଗାଁ ର ଖଣି ଓ ପାଣି କୁ କମ୍ପାନୀ କୁ ବିକ୍ରି କରୁଛନ୍ତି ଓ ସାଧାରଣ ଲୋକ ଙ୍କୁ ହଇରାଣ କରୁଥିବା ରୁ ଏହି ଘଟଣା ଭିଆଇ ଥିବା ମାଓ ପୋଷ୍ଟର ରେ ଉଲ୍ଲେଖ ରହିଅଛି।