Odisha news

ରାଜ୍ୟ ସରକାର ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଣଦେଖା : ଜିଲ୍ଲା ସରପଞ୍ଚ ସଂଘ ର ଆନ୍ଦୋଳନ।               

0

ନୂଆପଡା- ୨୨/୮ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡ଼ା ଜିଲ୍ଲା ସରପଞ୍ଚ ସଂଘ ର ଆହ୍ବାନ କ୍ରମେ ଜିଲ୍ଲାର ୧୩୨ଗୋଟି  ପଞ୍ଚାୟତ ର ସରପଞ୍ଚ ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଏନ.ଏ.ସି.କଲ୍ୟାଣ ମଣ୍ଡପ ଠାରେ ଏକତ୍ରିତ ହୋଇ ଏକ ଶୋଭଯାତ୍ରାରେ ୧୩ ଦଫା ଦାବି ସମ୍ବଳିତ ପ୍ଲା କାର୍ଡ ଓ ବ୍ୟାନର ଧରି ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳ କାର୍ଯ୍ୟାଳରେ ପହଞ୍ଚି ସଂଘ ର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁର୍ଣ୍ଣ କରୁଥିବ ରୁ ରାଜ୍ୟ ସରକାରଙ୍କୁ ଆକ୍ଷେପ କରି ନିଜ ନିଜ ବକ୍ତବ୍ୟ ପ୍ରଦାନ କରି ଏକ ୧୩ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲାପାଳ ଅଗସ୍ତି ପ୍ରଧାନଙ୍କୁ ପ୍ରଦାନ କରି ଥିଲେ । ଦାବି ପତ୍ର ରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନ ରେ ଆର୍ଥିକ ସହାୟତା ସିଧାସଳଖ ପଞ୍ଚାୟତକୁ ଦେବା, ସରପଞ୍ଚମାନଙ୍କ ମାସିକ ଭତ୍ତା ୩୦ ହାଜାର ଟଙ୍କା ବୃଦ୍ଧି, ସରପଞ୍ଚ ମାନଙ୍କ ଅନସ୍ଥାବ ପ୍ରସ୍ତାବ ଉଚ୍ଛେଦ, ସାଂସଦ ଓ ବିଧୟକମାଙ୍କ ଭଳି ସ୍ଵତନ୍ତ୍ର ଆଞ୍ଚଳିକ ବିକାଶ ପାଣ୍ଠି ପ୍ରଦାନ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସରପଞ୍ଚ ଙ୍କୁ ସିଧାସଳଖ ସଂପୃକ୍ତି, ପୂର୍ବଭଳି ନଳ କିଣା ସାମଗ୍ରୀ ଓ ପରିଚାଳନା ପଞ୍ଚାୟତ ପାଖରେ ରହୁ, ସି.ଏଫ୍.ସି./ଏସ.ଏଫ୍. ସି. ଅନୁଦାନ ତିନିଗୁଣା ବୃଦ୍ଧି କରାଯାଉ ଭଳି ପ୍ରମୁଖ ଜନ ହିତକାରୀ ଦାବି ଉଲ୍ଲେଖ ରହିଛି । ଜିଲ୍ଲା ସରପଞ୍ଚ ସଂଘ ର ସଭାପତି ପ୍ରେମ ଲାଲ ନାଏକ ଙ୍କ ନେତୃତରେ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ ରେ ଉପ ସଭାପତି କାଳିଆ ନାଏକ, ସମ୍ପାଦକ ଖୁଟୁ ରାମ ସୁନାନି, ସହ ସମ୍ପାଦକ ବୃନ୍ଦାବନ ବାଗ, କୋଷାଧ୍ୟକ୍ଷ ରାମ୍ ଲାଲ ପଣ୍ଡା, ଶ୍ୟାସୁନ୍ଦର ପୃଷ୍ଟି, ଯୋଗେନ୍ଦ୍ର ବାଗ,ମୃତ୍ୟୁଞ୍ଜୟ ପଣ୍ଡା, ବିମଳ ଯୋଶୀ, ଉପେନ୍ଦ୍ର ରଣା, ଖିରସିନ୍ଧୁ ଭୋଇ,ଜିତେନ୍ଦ୍ର ଠାକୁର, ଭୁବନେଶ୍ଵରୀ ଦଣ୍ଡସେନା, ରଥ ବାଇ ପଟେଲ ଓ କବିତା ସାହୁ,ସହ ଶତାଧିକ ସରପଞ୍ଚ ଉପରୋକ୍ତ ଆନ୍ଦୋଳନ ରେ ଯୋଗଦାନ କରିଥିଲେ।

Leave A Reply