Odisha news

ଭାଲୁ ଆକ୍ରମଣରେ ବାପ ମୃତ,ପୁଅ ଗୁରୁତର, ଭାଳୁ ଧରିବା ପାଇଁ ଲୋକଙ୍କ ଦାବି।

0
ନୂଆପଡା-୧୬/୭ ସକାଳ ଖବର (ସୁରେନ୍ଦ୍ର ତିୱାରୀ) : ନୂଆପଡା ଜିଲ୍ଲା କୋମନା ବ୍ଲକ ସଦର ମହକୁମା ନିକଟସ୍ଥ ବିଜାଖମନ ଜଙ୍ଗଲ ଭିତରେ  ବାପ ପୁଅଙ୍କୁ ଭାଲୁ   ଆକ୍ରମଣ ରେ ବାପ ର ମୃତ୍ୟୁ ଘଟିଥିବା ବେଳେ ପୁଅ କୁ ଗୁରୁତର ଅବସ୍ଥାରେ ନୂଆପଡା ମୁଖ୍ୟ ଚିକିତ୍ସାଳୟ ରେ ଆଡମିଟ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳ ଆଠ ଟା ସମୟରେ ଘନଶ୍ୟାମ ପଟେଲ (୬୯) ଶୌଚ ପାଇଁ ଯାଇଥିବା ବେଳେ ଭାଲୁଟି ଆକ୍ରମଣ କରିଥିଲା । ବାପାଙ୍କୁ ଭାଲୁ ଆକ୍ରମଣ କରୁଥିବାର ଦେଖି ପୁଅ ଚୈତୁ ପଟେଲ (୩୪) ଭାଲୁ କୁ ଘଉଡ଼େଇବା ପାଇଁ ଚେଷ୍ଟା କରିଥିଲେ ଏହି ସମୟରେ ଭାଲୁ ପ୍ରତି ଆକ୍ରମଣ କରି ତାଙ୍କୁ ବି ଘାଇଲା କରିଥିଲା, ବାପ ପୁଅ ଦ୍ୱାୟଙ୍କ ଚିତ୍କାର ଶୁଣି ବିରୁନପଦର ଗ୍ରାମବାସୀ ବିଜାଖମନ ଜଙ୍ଗଲ କୁ ଆସି ଦୁହେଁଙ୍କୁ ଭାଲୁ ଆକ୍ରମଣ ରୁ ଉଦ୍ଧାର କରିଥିଲେ l ହେଲେ ବୃଦ୍ଧ ଙ୍କୁ ଭାଲୁ ଆକ୍ରମଣ କରି ମାରି ଦେଇଥିବା ବେଳେ ପୁଅ ଚୈତୁ ଙ୍କୁ ଡ଼ାକ୍ତରଖାନା ରେ ଚିକିତ୍ସା ପାଇଁ ପଠେଇ ଥିବା ବେଳେ ବୃଦ୍ଧ ବାପ ର ମର ଶରୀର କୁ ୩୫୩ ଜାତୀୟ ରାଜପଥ ଉପରେ ରେ ରଖି ବିରୁନପଦର୍ ଗ୍ରାମର ଜନସାଧାରଣ ରୋଡ଼ ଅବରୋଧ କରିଥିଲେ । ଯେ ପର୍ଯ୍ୟନ୍ତ ଜଙ୍ଗଲି ଭାଲୁ କୁ ଧରା  ନ ଯାଏ ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ ରହିବ ବୋଲି ଜିଦ୍ ଧରିଥିଲେ। ଘଟଣା ସ୍ଥଳରେ ଜଙ୍ଗଲ କର୍ମଚାରି ,ପ୍ରଶାସନ ଅଧିକାରୀ ପହଞ୍ଚି। ଜନସାଧାରଣ ଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ସେମାନେ ବୁଝିବା ପାଇଁ ନାରାଜଥିଲେ , ପରେ ଖଡ଼ିଆଳ ଡିଏଫଓ ମଧ୍ୟ  ଲୋକ ଙ୍କୁ ବୁଝା ସୁଝା କଲେ ମଧ୍ୟ ସେମାନେ ତାଙ୍କ ଜିଦ୍ ରେ ଅଟଳ ରହିଥିଲେ। ପ୍ରଥମେ ଭାଲୁ କୁ ଧର ତା ପରେ ରାସ୍ତା ଅବରୋଧ ରୁ ହଟିବୁ ବୋଲି କହିଥିଲେ ଗ୍ରାମବାସୀ । ଅକାଳ ରେ ବୃଦ୍ଧ  ର ଜୀବନ ଗଲା ସେଥି ପାଇଁ କିଏ ଦାୟୀ ବୋଲି ଓଲଟା ଲୋକେ ପ୍ରଶ୍ନ କରିଥିଲେ। ଅପରାହ୍ନ  ଦୁଇ ଟା ପରେ  ମଧ୍ୟ ପରିସ୍ଥିତି ଉତେଜନା ପୂର୍ଣ୍ଣ  ରହିଥିବା ବେଳେ ଘଟଣା ସ୍ଥଳ ରେ ବନ ବିହାଗ ପକ୍ଷ ରୁ ମୃତକ ଘନଶ୍ୟାମ ଙ୍କ ପରିବାରଙ୍କୁ ଛ ଲକ୍ଷ ଟଙ୍କା ସାହାଯ୍ୟ ତଥା ଦସ ଶତକଡା ୬୦ ହଜାର ଟଙ୍କା ତୁରନ୍ତ ଘଟଣା ସ୍ଥଳୀ ରେ ପ୍ରଦାନ୍ ଓ ପୁଅ ଚୟତୁ ଙ୍କୁ ୬୦ ଶତକଡାରୁ ଅଧିକ ଘାଇଲା ହୋଇଥିଲେ ଦୁଇ ଲକ୍ଷ ପଚାଶ ହଜାର କମ୍ ହୋଇଥିଲେ ଏକ ଲକ୍ଷ ପଚାଶ ହଜାର ଦେବାସହ ଚିକିତ୍ସା କରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ୍ ହଟିଥିଲା।
Nalco
Leave A Reply