ନୂଆପଡା-୨୩/୫ ସକାଳ ଖବର (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧା ଗ୍ରାମର ହରେକୃଷ୍ଣ ମେହେର ଭାରତୀୟ ପ୍ରଶାସନୀକ ସେବାରେ ଉର୍ତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଥିବା ଜଣାପଡ଼ିଛି । ତାଙ୍କ ପିତା ସଦାଶିବ ମେହେର ଜଣେ ସାଧାରଣ ଚାଷୀ ଓ ମାତା ଯୁକ୍ତି ମେହେର ଗୃହିଣୀ ହୋଇଥିବା ବେଳେ ଗାଁ ସ୍କୁଲରେ ପଢ଼ିବା ବେଳୁ ହରେକୃଷ୍ଣ ଜଣେ ମେଧାବୀ ଛାତ୍ର ଭାବରେ ଜଣାଶୁଣା ଥିଲେ । ସୂଚନାଯୋଗ୍ଯ ଯେ, ହରେକୃଷ୍ଣ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇ ଆଗରୁ ଦୀଲ୍ଲୀ ଠାରେ ଇଞ୍ଜିନୀୟର, ପଞ୍ଜାବ ନେସନାଲ ବ୍ଯାଙ୍କର ମେନେଜର ରହି ବର୍ତ୍ତମାନ ମାହାରାଷଟ୍ର ର ମୁମ୍ବାଇ ଠାରେ କଷ୍ଟମ ଅଫିସର ଭାବରେ କାର୍ଯ୍ଯରତ ଅଛନ୍ତି । ଗତବର୍ଷ ଓଡ଼ିଶା ପ୍ରଶାସନୀକ ସେବାରେ କୃତକାର୍ଯ୍ଯ ହୋଇ ମଧ୍ଯ ଯୋଗ ଦେଇ ନଥିଲେ। ପରବର୍ତ୍ତୀ ସମୟରେ ୟୁପିଏସସି ପାଇଁ ପ୍ରସ୍ତୁତି ହୋଇ ଆଜି ଏହି ସଫଳତା ପାଇ ସୀମାନ୍ତର ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ହରେକୃଷ୍ଣଙ୍କ ଏହି ସଫଳତାରେ ତାଙ୍କ ବଡ଼ ଭାଇ ଧବଲେଶ୍ୱର ମେହେର ଓ କ୍ଷୀରସିନ୍ଧୁ ମେହେର ଖୁସି ବ୍ଯକ୍ତ କରିଥିବା ବେଳେ ନିଖିଲି ଓଡ଼ିଶା ମେହେର ସମାଜର ସଭାପତି ବୈଶମ୍ପାୟନ ମେହେର, ସମାଜର ଜିଲ୍ଲା ସଂପାଦକ ସୁରେଶ୍ୱର ମେହେର, ଗଙ୍ଗାଧର ସାରସ୍ୱତ ସମିତି ସିନାପାଲିର ସଭାପତି ବୈଷ୍ଣବ ମେହେର, ରୂପେଶ ଚନ୍ଦ୍ର ମେହେର, ନବୀନ ଚନ୍ଦ୍ର ମେହେର, ତରୁଣ କୁମାର ମେହେର, ରମେଶ ମେହେର ପ୍ରମୁଖଙ୍କ ସହ ବିଭିନ୍ନ ମହଳରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।