ନୂଆପଡ଼ା-୨୫/୪ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ ଡୁମେରବାହାଲ ଗ୍ରାମରେ ୫ ଗୋଟି ସ୍ଥାନ ରେ ମଦ କୋଠି ସହିତ ମଦ ବିକ୍ରୟ ହେଉଥିବା ରୁ ମଦ ବିକ୍ରୟ ବନ୍ଦ ପାଇଁ ଗ୍ରାମର ଏସଏଚଜି ମହିଳା ମାନେ ଅଣ୍ଟା ଭିଡିଛନ୍ତି । ଆଜି ୬୦ ଜଣ ମହିଳା ଖଡ଼ିଆଳ ଅବକାରୀ ବିଭାଗ ଘେରାଉ କରିବା ସହ ମଦ ବିକ୍ରୟ ବନ୍ଦ କରିବା ପାଇଁ ଅବକାରୀ ବିଭାଗ ପଦକ୍ଷେପ ତୁରନ୍ତ ଗ୍ରହଣ କରୁ ବୋଲି ଦାବି କରିଥିଲେ । ଏହା ସହିତ ଗ୍ରାମର ମଦବିକ୍ର କରୁଥିବା ଜଣେ ଯୁବକ ଏସଏଚଜି ଗ୍ରୁପ ର ମହିଳା ମାନଙ୍କୁ ଅସଭ୍ୟ ଭାସା ରେ ଗାଳି ଗୁଲଜ କରିଥିବା ରୁ ଖଡ଼ିଆଳ ଥାନା ରେ ତା ନାମ ଏଫ୍•ଆଇ• ଆର• ଦାୟର କରିଥିଲେ । ସୂଚନା ଥାଉକି ଗତ କାଲି ମହିଳା ମାନେ ଗ୍ରାମରେ ଥିବା ପାଞ୍ଚ ଗୋଟି ମଦ କୋଠି ବନ୍ଦ କରିବାକୁ କହିଥିଲେ । ହେଲେ ଚାରି ଜଣ ମଦ ବେପାରୀ ମଦ ବନ୍ଦ ପାଇଁ ପ୍ରତିଶ୍ରୁତି ଦେଇ ଥିବା ବେଳେ ଜଣେ ମଦ ବ୍ୟବସାୟୀ ମହିଳା ମାନଙ୍କ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିଥିଲେ ।