Odisha news

ତିଖାଲି ଡେମ୍ ର ଡାହାଣ କେନାଲ ସମ୍ପ୍ରସାରଣ କରିବାକୁ ଜଳ ସଂପଦ ମନ୍ତ୍ରୀ କୁ ଦାବୀ

0
ନୂଆପଡ଼ା- ୨୫/୪ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ବିଜେଡି ର ଏକ ପ୍ରତିନିଧି ଦଳ ତିଖାଲି ଡେମ୍ ର ଡାହାଣ କେନାଲ ସମ୍ପ୍ରସାରଣ କଲେ ସିନାପାଲି ଓ ବୋଡ଼େନ ବ୍ଲକ ଅଞ୍ଚଳ ର ହଜାର ହଜାର ଚାଷୀ ଉପକୃତ ହେବେ ବୋଲି ମାନ୍ୟବର ଜଳ ସଂପଦ ମନ୍ତ୍ରୀ  ଟୁକୁନୀ ସାହୁଙ୍କୁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ଙ୍କ ନେତୃତ୍ବ ରେ ତାଙ୍କ ଭୁବନେଶ୍ଵର କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରିଥିଲେ। ତିଖାଳି ଡ୍ୟାମ ର ଡାହାଣ କେନାଲ ରୁ ବୋଡେନ ବ୍ଳକ ର ସୁନାପୁର, ଖଏରା ଫରସରା,ବୋଡେନ, ଲିଟିସରଗି ରୋକାଲ, ଲରକା, କରଙ୍ଗାମାଲ, ବାବେବିର, ବୋଇର ଗାଁ, କର୍ଲାକୋଟ, ପଲସଦା ଓ ସିନାପାଲି ବ୍ଲକ ର ରାଣୀମୁଣ୍ଡା, ଟିମନପୁର, ଖରସେଲ,ଚଟିଆଗୁଡା,ଗଣ୍ଡାବାହାଲି, ବରଗାଁ ଇତ୍ୟାଦି ପଞ୍ଚାୟତକୁ ଜଳ ଯୋଗାଣ ପାଇଁ କେନାଲ ସଂପ୍ରସାରଣ, ଓ ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ ପାଇଁ ମନ୍ତ୍ରୀ କୁ ଅନୁରୋଧ କରିଛନ୍ତି । ଉକ୍ତ ଅଞ୍ଚଳ ଏକ ମରୁଡି ପ୍ରବଣ  ହୋଇଥିବାରୁ ବର୍ଷା ଜଳ ଉପରେ ଚାଷୀ ନିର୍ଭର କରନ୍ତି  ଉକ୍ତ ପଞ୍ଚାୟତ ଅଞ୍ଚଳର ଚାଷୀଙ୍କ ୨୦ ହଜାର ହେକ୍ଟର ଚାଷ ଜମିକୁ ଜଳଯୋଗାଣ ହେଇପାରିବ। ଚାଷୀ ବର୍ଷ କୁ ଦୁଇ ଥର ଖରିଫ ଓ ରବି ଚାଷକରି ତାର ଆର୍ଥିକ ସ୍ଥିତି ମଜବୁତ୍ କରିପାରିବ। ଉକ୍ତ ଦାବି କୁ ମଞୁର କରି ଖଡିଆଳ ଠାରେ ଥିବା କେନାଲ ଡିଭିଜନ ଅଧିକାରୀ ଙ୍କୁ କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶ ପ୍ରଦାନ କରିବାକୁ ମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି। ଦାବି ପତ୍ର ପ୍ରଦାନ ସମୟରେ ନୁଆପଡା ଜିଲ୍ଲା ସହ ପର୍ଯ୍ୟବେକ୍ଷକ ହରେକୃଷ୍ଣ ସଡଙ୍ଗୀ, ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା, ବୋଡ଼େନ ବ୍ଲକ ସଭାପତି ଲୋକନାଥ ଛାତ୍ରୀୟା ,ସିନାପାଲି ବ୍ଲକ ସଭାପତି ଗରୁଡ ଧ୍ଵଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
IEC 2 years
Leave A Reply