ନୂଆପଡା- ୨୯/୧ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ତ ସ୍ଥାନୀୟ ନେହେରୁ ଯୁବ କେନ୍ଦ୍ର ନୂଆପଡ଼ା ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଯୁବ ସଂସଦ ପ୍ରତିଯୋଗୀତା ଆୟୋଜିତ ହୋଇଯଇଛି। ଏନ୍ ୱାଇ କେ ନୂଆପଡ଼ା ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ବେଳେ ବଲାଙ୍ଗୀର, ସୋନପୁର, ଗଜପତି, ନବରଙ୍ଗପୁର ଓ ଢେ଼ଙ୍କାନାଳ ଜିଲ୍ଲାର ପ୍ରତିଯୋଗୀ ମାନେ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ନେହେରୁ ଯୁବ କେନ୍ଦ୍ର ନୂଆପଡ଼ା ଜିଲ୍ଲା ଯୁବ ଅଧିକାରୀ ଆଶିଷ କୁମାର ଠାକୁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍.ୱାଈ.କେ.ଏସ. ଆଞ୍ଚଳିକ ନିର୍ଦ୍ଦେଶିକା ଶ୍ରୀମତି ହନି ସିହ୍ନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଓ ସନ୍ତୋଷ କୁମାର ମୁଣ୍ଡ, ଏନ୍.ଏସ୍.ଏସ୍. ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ନୂଆପଡ଼ା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଶ୍ରୀମତୀ ଅନିତା ସାହା, ଅଧ୍ୟକ୍ଷା କେନ୍ଦ୍ରୀୟ ବିଦ୍ୟାଳୟ ନୂଆପଡ଼ା,ପ୍ରବୋଧ ହୋତା, ଶିକ୍ଷକ ଓ ଲେଖକ,ସୁଶାନ୍ତ କୁମାର ମୁଣ୍ଡ, ଶିକ୍ଷକ ଓ ଲେଖକ, ସିମାଞ୍ଚଳ ମହାପାତ୍ର, ସମାଜ ଜିଲ୍ଲା ପ୍ରତିନିଧି ନୂଆପଡ଼ା ଓ ଶ୍ରୀ ରତନ କେତକୀ, ପ୍ରମେୟ ଜିଲ୍ଲା ପ୍ରତିନିଧି ବିଚାରକମଣ୍ଡଳୀ ଦାୟିତ୍ଵ ନିର୍ବାହ କରିଥିଲେ। ପ୍ରତ୍ୟେକ ଜିଲ୍ଲାରୁ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଆଗମୀ ଦିନରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ। ରାଜ୍ୟ ସ୍ତରରେ ଉତିର୍ଣ୍ଣ ପ୍ରତିଯୋଗୀ ମାନେ ପାର୍ଲିଆମେଣ୍ଟ ହାଉସରେ ହେବାକୁ ଥିବା ଜାତୀୟ ଯୁବ ସଂସଦ କାର୍ଯ୍ୟକ୍ରମରେ ଭାଗନେବେ। କାର୍ଯ୍ୟକ୍ରମକୁ ଏନ.ୱାଇ.କେ କଳାହାଣ୍ଡି ଯୁବ ଅଧିକାରୀ ପ୍ରସନ୍ନ ମେହେର, ନବରଙ୍ଗପୁର ଯୁବ ଅଧିକାରି ଭୁଖିଆ ରମେଶ ସଂଯୋଜନା କରିଥିଲେ ଓ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଏନ୍.ୱାଇ.କେ. ର ମୁକେଶ ପାଣ୍ଡେ, ଭାରତୀ ଭୋଇ, ଜନକରାମ ପାଣ୍ଡେ, କବିତା ଶବର ପ୍ରମୁଖ ସହଯୋଗ କରିଥିଲେ।
