ନୂଆପଡ଼ା-୨୩/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ବ୍ରାହ୍ମଣୀଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ୬୨ତମ ପ୍ରତିଷ୍ଠା ଦିବସ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଛି l ଏ ଅବସରରେ ବିଦ୍ଯାଳୟର ପ୍ରଧାନଶିକ୍ଷକ କୁମୁଦବନ୍ଧୁ ଯୋଷୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବରେ ବିଇଓ ଚୈତନ୍ଯ ପ୍ରସାଦ ହୋତା ଓ ସମ୍ମାନିତ ଅତିଥି ଭାବରେ ସୁବ୍ରତ କୁମାର ଠାକୁର, ନୃପରାଜ ରଣା, ସଦା ନାଏକ, ଅମୃତ ମାଝୀ, ମକରଧ୍ୱଜ ମାଝୀ, ଅନୁପସିଂହ ବଂଜରା, ସିଆରସିସି ଖଗେଶ୍ୱର ନିଆଲ ପ୍ରମୁଖ ଯୋଗଦେଇଥିଲେ l ପ୍ରାରମ୍ଭରେ ଶିକ୍ଷକ ଆଶୀଷ କୁମାର ଅଗସ୍ତି ଅତିଥି ପରିଚୟ ଦେଇଥିବା ବେଳେ କମଳାକାନ୍ତ ନାଏକ ବାର୍ଷିକ ବିବରଣୀ ପାଠ କରିଥିଲେ l ବିଦ୍ଯାଳୟର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l ଏ ଅବସରରେ ବିଦ୍ଯାଳୟ ଏବଂ ଅଂଚଳ ପ୍ରତି ବିଶେଷ ଅବଦାନ ଦେଇଥିବା ଅମୃତ ମାଝୀ, ସଦା ନାଏକ, ମକରଧ୍ୱଜ ମାଝୀ, କୁମୁଦବନ୍ଧୁ ଯୋଷୀ, ପୀତବାସ ମାଝୀ, ଖଗେଶ୍ୱର ନିଆଲଙ୍କୁ ଅତିଥି ମାନେ ସମ୍ୱର୍ଦ୍ଧିତ କରିଥିଲେ l ଏ ଉପଲକ୍ଷେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ଯକ୍ରମକୁ ଧର୍ମୁ ନାଏକ, ପର୍ଶୁରାମ ମାଝୀ, ଅନୁପସିଂହ ବଂଜରା, ଅଂଜନା ନିଆଲ ପରିଚାଳନା କରିଥିଲେ l କାର୍ଯ୍ଯକ୍ରମ ସଫଳତରେ ବିଦ୍ଯାଳୟ ପରିଚାଳନା କମିଟିର ସଦସ୍ଯସଦସ୍ଯା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ଶେଷରେ ଅଜୟ କୁମାର ରଣା ଧନ୍ଯବାଦ ଦେଇଥିଲେ l
