ନୂଆପଡ଼ା-୨୨/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) : ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ଅଧ୍ଯୟନ ଓଡିଶାରେ ୨୨ ସେପ୍ଟେମ୍ବର ୨୦୨୨ରୁ ଆରମ୍ଭ ହୋଇଛି । ଏହି ଅବସର ରେ ଆଜି ଖଡିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟସ୍ଥ ଖଡିଆଳ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନରେ କଳା,ବିଜ୍ଞାନ,ବାଣିଜ୍ୟ ଏବଂ ଧନ୍ଦାମୂଳକ ବିଭାଗର ଅଧ୍ୟୟନ ଆରମ୍ଭ ହୋଇଛି । ପ୍ରଥମ କ୍ଲାସର ପ୍ରଥମ ପିରିୟଡ ୯ଘଣ୍ଟା ୩୦ମିନିଟରେ ଅଧ୍ୟକ୍ଷ ତରୁଣ କୁମାର ପ୍ରଧାନ ଏବଂ ଯୁକ୍ତ ଦୁଇ ଅଧ୍ୟକ୍ଷ ଅଶ୍ବିନୀ କୁମାର ପାଢୀ,ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ତା,ଅଧ୍ୟାପକ ସୁନୀଲ କୁମାର ପାଢୀ, ଅଧ୍ୟାପିକା ଡ.ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପିକା ସୁଶ୍ରୀ ପଟ୍ଟନାୟକ, ଅଧ୍ୟାପିକା ସୋନାଲି ଶବର ଏବଂ ଧବଳେଶ୍ବର ନାୟକ ପ୍ରମୁଖ ଶ୍ରୀଫଳ ଅର୍ପଣ ପୂର୍ବକ ନୂତନ ବର୍ଷର ନବ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ କରି ଥିଲେ ଏବଂ ଅଧ୍ୟୟନର ତାତ୍ପର୍ଯ୍ୟ, ଶିକ୍ଷାର ଗୁରୁତ୍ବ ସଂପର୍କରେ ଉପଦେଶାତ୍ମକ ବକ୍ତବ୍ୟ ପ୍ରଦାନ କରି ଥିଲେ ।
