ନୂଆପଡା-୩/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ନୂଆପଡା ଜିଲ୍ଲା ସୀମାନ୍ତ କୋମନା ବ୍ଲକ ଅନ୍ତର୍ଗତ ଲଖନା ପଞ୍ଚାୟତ ଏକ ଅବହେଳିତ ଅଞ୍ଚଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ଜିଲ୍ଲା ର ଶେଷ ସୀମା ରେ ଥିବାରୁ ଏଠାରେ ପ୍ରଶାସନ ର ନିଘା ପଡେ ନାହିଁ। ବହୁଦିନରୁ ଲଖନା ଠାରୁ ବରଗଡ଼ ଜିଲ୍ଲାର ଜାମସେଠ ୧୫ କିଲୋମିଟର ରାସ୍ତା କୁ ପ୍ରଶାସ୍ତିକରଣ କରି ମରାମତି କରାଯାଉ ବୋଲି ଅନେକ ଥର ଦାବି କରିଥିଲେ ହେଁ କେହି କର୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ହେଉଛି । ଏ ସମ୍ପର୍କରେ ଅନେକଥର ପ୍ରଶାସନ କୁ ଲେଖିଥିଲେ ମଧ୍ୟ କେହି ଶୁଣନ୍ତି ନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏହି ରାସ୍ତା ନିର୍ମାଣ ହେଲେ ଅଞ୍ଚଳର ବହୁମୁଖୀ ବିକାଶ ହେବ ବୋଲି ଆଶା କରାଯାଉଛି। ଲଖନା ଠରୁ ବାଣ୍ଡକିମହୁଲ ଗ୍ରାମ ପରେ ନୂଆପଡା ଜିଲ୍ଲା ସୀମା ଶେଷ ହେଉଥିବା ବେଳେ ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ ରେ ଜାମସେଠ( ଭାୟା- ଛିନଦେକେଲା ଗ୍ରାମ) ପଡିଥାଏ।ଏହି ରାସ୍ତା ରେ ବଡ଼ ବଡ଼ ଭାରି ଯାନବାହନ ଚଳାଚଳ କରି ରାସ୍ତା ଟି ଅତ୍ୟନ୍ତ କଦର୍ଯ୍ୟ ହୋଇ ବଡ଼ ବଡ଼ ଖାଲଖମା ପରିଣତ ହୋଇପଡିଛି। ଦୁଇ ଜିଲ୍ଲା ର ଗୃହ ଓ ପୂର୍ତ୍ତ ବିହାଗ ଅଧିକାରୀ ସହ ଜନ ପ୍ରତିନିଧି ଦୃଷ୍ଟି ଦେଲେ ଏ ରାସ୍ତା ନିର୍ମାଣ ସ୍ୱପ୍ନ ସତ ହେବ। ଏ ରାସ୍ତା ନିର୍ମାଣହେଲେ ରାଉରକେଲା ଠାରୁ ଛତିଶଗଡ଼ ଜଗଡଲପୁର କୁ ସଂଯୋଗ କରୁଥିବା ମୁଖ୍ୟମନ୍ତ୍ରୀ ଙ୍କ ଡ୍ରିମ ପ୍ରୋଜେକ୍ଟ ବିଜୁ ଏକପ୍ରେସ ୱେ କୁ ମଧ୍ୟ ଜାମସେଠ ଠାରେ ସଂଯୋଗ ହୁଅନ୍ତା ତା ସହ ତୀର୍ଥ କରିବାକୁ ନୃସିଂହନାଥ ମନ୍ଦିର ଯିବାକୁ ତଥା ବଡ଼ ମେଡିକାଲ କାର୍ଯ୍ୟରେ ବୁର୍ଲା ଯିବାକୁ ସୁବିଧା ହୁଅନ୍ତା ବୋଲି ଅଞ୍ଚଳବାସୀ କହନ୍ତି। ଏଣୁ ଉଚ୍ଚକର୍ତୁପକ୍ଷ ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନେବା କୁ ଦାବି ହେଉଛି।

Comments are closed.