Odisha news

ଡାବରଧୁଆ ସେବାସମବାୟ ସମିତିରେ ବ୍ୟାପକ ଜାଲିଆତି କରି ଲକ୍ଷାଧିକ ଟଙ୍କା ହରିଲୁଟ

ବୋଲଗଡ : କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ମାନଙ୍କ ସହାୟତା ପାଇଁ ସେବା ସମବାୟ ସମିତି ମାଧ୍ୟମରେ  ବିଭିନ୍ନ ଯୋଜନା ଯୋଗାଇ ଦେଇଛନ୍ତି ।ସରକାରୀ ସ୍ତରରେ ଚାଷୀ ମାନଙ୍କ କୃଷି ଜାତୀୟ ଦ୍ଦ୍ରବ୍ୟ କ୍ରୟ ବିକ୍ରୟ ଓ ସହଜ କିସ୍ତିରେ ଋଣ ପ୍ରଦାନ ,ବୀମା କରଣ କରାଇବା ପ୍ରଭୁତି ସୁବିଧା ଗୁଡ଼ିକ ଚାଷୀ ମାନଙ୍କ ନିକଟରେ ପହଞ୍ଚି ପାରିବ ସେ ନେଇ ପ୍ରତ୍ୟେକ ପଞ୍ଚାୟତ ମାନଙ୍କରେ ସେବା ସମବାୟ ସମିତି କ୍ଷମତା ପ୍ରଦାନ କରାଯାଇଛି । ଚାଷୀ ମାନେ ନିଜର ଜମିର କାଗଜ ପତ୍ର ସେବା ସମବାୟ ସମିତି ରେ ଦାଖଲ କରିଛନ୍ତି ।ହେଲେ ସେହି ଜମି କାଗଜ ପତ୍ର ଗୁଡ଼ିକ ଚଞ୍ଚକତା କରାଇ ସମବାୟ କର୍ମଚାରୀ ମାନେ ନିଜ ନାମରେ ସରକାରୀ ସୁବିଧାକୁ ହାତେଇ ନେଇଥିବା ଓ ଲକ୍ଷାଧିକ ଟଙ୍କା ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଡାବରଧୁଆ ପାଟଣା ସେବା ସମବାୟ ସମିତି ରେ । ଅଭିଯୋଗ ଅନୁଯାୟୀ ଡାବରଧୁଆ ପାଟଣା ସେବା ସମବାୟ ସମିତି ଅଧିନରେ ଥିବା ଚାଷୀ ମାନେ ସରକାରୀ ସହାୟତା ଋଣ ପାଇଁ ଓ ଧାନ ମଣ୍ଡିରେ ବିକ୍ରୟ ପାଇଁ ଜମି ଜମା ର କାଗଜ ପତ୍ର ଦାଖଲ କରିଛନ୍ତି ।ଅଧିକାଂଶ ଚାଷୀ ମାଲିକାନାରେ ଚାଷ ଜମି ପଟ୍ଟା ନେଇ  ଜମି ପରିମାଣ ଅନୁଯାୟୀ ସରକାରୀ ଧାର୍ଯ୍ୟ ବୀମା ଓ ଧାନ ବିକ୍ରୟ ପାଇଁ ଟୋକନ୍ ପ୍ରଦାନ କରାଯାଇଥାଏ । କିନ୍ତୁ ଖୋର୍ଦ୍ଧା କେନ୍ଦ୍ର ସେବା ସମବାୟ ବ୍ୟାଙ୍କ ଅଧୀନ ଡାବରଧୁଆ ସେବା ସମବାୟ ସମିତି କାର୍ଯ୍ୟାଳୟରେ ଟୋକନ ମାଧ୍ୟମରେ ଧାନ ବିକ୍ରୟ ଓ ଫସଲ ବୀମା ଅର୍ଥକୁ କର୍ମଚାରୀ ମାନେ ଜାଲିଆତି କରି ନିଯେ ସଂପୃକ୍ତ ହୋଇ ପରିବାର ସଦସ୍ୟମାନଙ୍କ  ନାମରେ ଲକ୍ଷାଧିକ ଟଙ୍କା ହାତେଇ ଥିବାର ଜଣାପଡ଼ିଛି । ।ଚଳିତ ଫସଲ ବୀମା ଅର୍ଥ ରାଶି ହିତାଧିକାରୀଙ୍କ ଜମା ଖାତାକୁ ଆକଳନ ଅନୁଯାୟୀ ଯଥେଷ୍ଟ କମ ପରିମାଣ ଅର୍ଥ ରାଶି ଆସିବା ପରେ କର୍ମ ଚାରୀଙ୍କ ଅସାଧୁ କାର୍ଯ୍ୟ କଳlପ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । କ୍ଷତିଗ୍ରସ୍ତ ଚାଷୀ ମାନେ ଏଭଳି ଜାଲିଆତି ଜାଣିବା ପରେ ସେବା ସମବାୟ ସମିତି ସମ୍ମୁଖରେ ଆନ୍ଦୋଳନ କରିବା ସହିତ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ।ବିଭାଗୀୟ ଅଧିକାରୀ ତଦନ୍ତ ପାଇଁ ଉକ୍ତ ସମବାୟ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରିବାରେ  ଏହି ପରି ଅନିୟମିତତା ହୋଇଥିବାର ଜଣା ପଡିଥିଲା । ଏହି ସେବା ସମବାୟ ସମିତି ରେ ଦୀର୍ଘ ବର୍ଷଧରି ଚାଷୀ ମାନଙ୍କ ଜମି ଗୁଡ଼ିକୁ ସମ୍ପାଦକ ଓ କର୍ମଚାରୀ ମାନେ ନିଜ ନାମରେ ନୂତନ ମିଥ୍ୟା ଅନ ଲାଇନ କାଗଜ ପତ୍ର କ୍ରୟ ଦର୍ଶାଇ ତୋଷlର ପାତ କରିଛନ୍ତି । ଚଞ୍ଚକତାର ଶିକାର ହୋଇଥିବା ଚାଷୀ ଦାଶରଥି ମହାପାତ୍ର ,ରବୀନ୍ଦ୍ର କୁମାର ସାହୁ ,ଷୋମେଶ କୁମାର ଦତ୍ତ ,ବିଶ୍ୱଜିତ୍ ରାଉତ ,ପ୍ରଫୁଲ୍ଲ ମହାରଥା ,ନକୁଳ ମହାରଥା ପ୍ରମୁଖ ସମେତ ଅନେକ ଚାଷୀ ଏହା ବିରୁଦ୍ଧରେ ବିଭାଗୀୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିବା ସହିତ ପୂର୍ବ ବର୍ଷମାନଙ୍କର କାଗଜ ପତ୍ର କୁ ତଦନ୍ତ ପରିସର ଭୂକ୍ତ କରାଗଲେ ବହୁ ଜାଲିଆତି ପଦାକୁ ଆସିବ ।
Nalco

Comments are closed.