Odisha news

ରକ୍ତତୀର୍ଥ ସାଲିହା ଗଡ଼ ରେ ପାଳନ ହେଲା ଶହୀଦକ୍ରାନ୍ତି ଦିବସ

ନୂଆପଡା-୧/୧୦ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲା ସଦରମହକୁମା ଠାରୁ ସାତ କିଲୋମିଟର ଦୁରେ ସାଲିହ ଗ୍ରାମ ପଞ୍ଚାୟତ ଠାରେ ଅଛି ରକ୍ତତୀର୍ଥ ସାଲିହାଗଡ଼ ସହିଦ ସ୍ମୃତିସ୍ତମ୍ଭ । ୧୯୩୦ ମସିହା ସେପ୍ଟେମ୍ବର ୩୦ ତାରିଖ ରେ ହୋଇଥିଲା ଇଂରେଜ ଙ୍କ ଗୁଳିକାଣ୍ଡ. ଗୁଳିକାଣ୍ଡ ରେ ପ୍ରାଣ ହରାଇ ଥିଲେ ସାଲିହା ଗାଁ ର ୧୯ ଜଣ କ୍ରାନ୍ତିକାରୀ ବୀରମାନେ ଏବଂ ରକ୍ତରଞ୍ଜିତ ହୋଇପଡିଥିଲ ସହିଦଙ୍କ ରକ୍ତରେ ସାଲିହା ଗଡ଼, ସେତେବେଳେ ମହିଳା ଓ ପୁରୁଷ କ୍ରାନ୍ତିକାରୀ ନିଜ ଜୀବନ କୁ ଦେଶ ପାଇଁ ସମର୍ପିତ କରି ସାଲିହା ଗଡ଼କୁ ଇଂରେଜଙ୍କ କବଳ ରୁ ରକ୍ଷା କରିବାରେ ସଫଳ ହୋଇଥିଲେ। ତାଙ୍କରୀ ସ୍ମୃତି ରେ, ତାଙ୍କରି ବାଳିଦାନକୁ ସେପ୍ଟେମ୍ବର ୩୦ ତାରିଖ ଦିନଙ୍କୁ ସ୍ମୃତି ଚାରଣ କରି ମନେପକାନ୍ତି ଓ କ୍ରାନ୍ତି ଦିବସ ଭାବେ ପାଳନ କରିଥାନ୍ତି ଅଞ୍ଚଳବାସୀ। ସାଲିହା ଗାଁ ତଥା ଅଖାପାଖ ଅଞ୍ଚଳର ଜନସାଧାରଣ ର ସମାବେଶ ହୋଇଥାଏ ସାଲିହା ଗଡ଼ ସ୍ମୃତି ସ୍ତମ୍ଭ ଠାରେ. ସହିଦ ହୋଇଥିବା କ୍ରାନ୍ତିକାରୀ ଙ୍କ ପରିବାର ଲୋକେ ଏହି ସମାବେଶ ରେ ସାମିଲ ହୋଇ ପୂର୍ବଜ ଙ୍କ ବଳିଦାନ ଙ୍କୁ ମନେ ପକାନ୍ତି. କାର୍ଯ୍ୟକ୍ରମ ଟି ରେ ସହିଦ ପରିବାର ଙ୍କୁ ସମ୍ମାନ ସହିତ ସମ୍ବର୍ଦ୍ଧନା ଜଣାଇ ଥାନ୍ତି ଗାଁ ଲୋକେ. ଦେଶ ଭକ୍ତି ସଂଗୀତ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଖାମସିଂ ମାଝୀ ଙ୍କ ଅଧକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି,ପଡୋଶୀ ଛତିଶଗଡ଼ ରାଜ୍ୟ ମହାଶମୁନ୍ଦ ସାଂସଦ ଚୁନ୍ନିଲାଲ ସାହୁ ବିଶିଷ୍ଠ ଅତିଥି, ,ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର ଢୋଲକିଆ ,ଜିଲ୍ଲା ପରିଷଦ ଅଧକ୍ଷ ନମିତା ପ୍ରଧାନ,ଉପାଧକ୍ଷ ଭାନୁ ପ୍ରତାପ ସିଂ ମାଝୀ, ଜିଲ୍ଲା ଓକିଲ ସଙ୍ଘ ସଭାପତି ପ୍ରସନ ପାଢ଼ୀ, ବିଜେପି ବରିଷ୍ଠ ନେତା ହୋମ ସିଂ ମାଝୀ, ସଦର ବ୍ଲକ ଅଧକ୍ଷା ତାରେଶ୍ବରୀ ସାହୁ,ସଦର ବ୍ଲକ ଭାଇସ ଚ୍ୟାରମେନ ଚିନୀଲାଲା ସାହୁ, ସମାଜସେବୀ ଧନିରାମ ସାହୁ, ନୂଆପଡା ପିଡିଓ ସୁବେଦାର ପ୍ରଧାନ, ସାଲିହା ଭାରପ୍ରାପ୍ତ ସରପଞ୍ଚ ପ୍ରକାଶ ଚନ୍ଦ୍ର ମାଝୀ,ସମିତି ସଭ୍ୟ ବିନ୍ଦୁମତି ସାହୁ, ଆମସେନା ସମିତି ସଭ୍ୟ ହେତୁରାମ ସାହୁ, କୋଦୋମେରୀ ସରପଞ୍ଚ ଅଶିତ ପୁଞ୍ଜି,ସମିତି ସଭ୍ୟ କୃପାସିନ୍ଧୁ ରାଉତ, ବୁଢ଼ିପାଲି ସରପଞ୍ଚ ହୀରାବାଇ କେଉଁଟ, ସମିତି ସଭ୍ୟ ଛବିଲା କେଉଁଟ, ଧରମବନ୍ଧା ସମିତି ସଭ୍ୟା ଭୁବନେଶ୍ୱରୀ ଦଣ୍ଡସେନା,ୟାଦରାମ ସାହୁ, ଦିଗମ ସାହୁ,ଜେଠୁରାମ ହରିଜନ, ଡିଗେଶ ଶବର ପ୍ରମୁଖ ସାନମାନୀୟ ଅତିଥି ଭାବେ ମଞ୍ଚାସିନ ଥିଲେ। ସାଲିହା ଗ୍ରାମ ଆୟୋଜନ କମିଟି ର ସଭାପତି ତଥା ସମସ୍ତ ସଦସ୍ୟ ଏବଂ ସାଲିହା ଗାଁ ର ବୀର ସହିଦ କ୍ରାନ୍ତିକାରୀ ଙ୍କୁ ମନେ ପକାଇବା ସହ କାର୍ଯ୍ୟକ୍ରମ ଟି କୁ ସଫଳତା ସହ ଆୟୋଜିତ କରିବା ରେ ପ୍ରମୁଖ ଭୂମିକା ତୁଲାଇଥିଲେ ।

Nalco

Comments are closed.