Odisha news

ଭାରତୀୟ ଜନତା ପାର୍ଟିର ଜନ ଆଶୀର୍ବାଦ ଯାତ୍ରା

ନୂଆପଡ଼ା- ୧/୧୦ ସକାଳ ଖବର(ସୁରେନ୍ଦ୍ର ପ୍ରସାଦ ତିୱାରି) ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ ଅବସର ରେ ୧୭ ସେପ୍ଟେମ୍ବର ରୁ ଆରମ୍ଭ ହୋଇ ୭ ଅକ୍ଟୋବର ୨୦୨୧ ତାରିଖ ଯାଏଁ ବିଜେପି ର ସେବା ଓ ସମର୍ପଣ ପକ୍ଷ କୁ ନେଇ ଚାଲୁଥିବା ଜନ ଆଶୀର୍ବାଦ ଯାତ୍ରା ଆଜି ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ଅଞ୍ଚଳରେ ପହଞ୍ଚିଛି। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ବଳିଷ୍ଠ ନେତୃତ୍ଵରେ ସିନାପାଲି ବ୍ଲକ ର ଗଣ୍ଡାବାହାଲି ଗ୍ରାମ ଠାରୁ ଆରମ୍ଭ ହୋଇ ନୂଆପଡ଼ା ପଞ୍ଚାୟତ, ଘଣ୍ଟିଗୁଡା, ଭରୁଆମୁଣ୍ଡା,
ମାଳପଡା,ଝାରବନ୍ଧ, କୋଦୋବେଡା, କରଣବାହଲି ସହ କୋଣ ଅନୁକୋଣ ଗାଁ ଗଣ୍ଡା ବୁଲି ଲୋକ ମାନଙ୍କ ସମସ୍ୟା, ସ୍ବଚ୍ଛତା ପକ୍ଷ, ନମାମି ଗଙ୍ଗେ, ରକ୍ତଦାନ ଶିବିର, ରୋଗୀ ମାନଙ୍କୁ ଫଳ ବଣ୍ଟନ, ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଉପରେ ଲୋକ ମାନଙ୍କ ଠାରୁ ପଚାରି ବୁଝିବା ହେଉଛି ଏହି ଯାତ୍ରା ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଜେପି ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଯାତ୍ରା ଅବସର ରେ ଆସିଥିବା ସାଂସଦଙ୍କୁ ସ୍ଥାନୀୟ ଲୋକେ ନିଜ ନିଜ ବିଭିନ୍ନ ବ୍ୟକ୍ତିଗତ ସମସ୍ୟାଉପରେ ଜଣାଇବା ସହ ଲିଖିତ ଅଭିଯୋଗ କରି ଅବଗତ କରାଇଥିଲେ। ଏହି ଯାତ୍ରା ସିନାପାଲି ରୁ ବୋଡ଼େନ ବ୍ଲକ ପର୍ଯ୍ୟନ୍ତ ଆଜି ଚାଲି ଥିଲା। ବିଭିନ୍ନ ସ୍ଥାନରେ ସାଂସଦ ଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅଞ୍ଚଳର ଚାଷୀ ମାନେ ମରୁଡି ପରିସ୍ଥିତି କୁ ନେଇ ମରୁଡି ସହାୟତା ପ୍ରଦାନ ଲାଗି କହିଥିଲେ। ଏପରିକି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସୁଫଳ ଉପରେ ଲୋକ ମାନଙ୍କୁ ଅବଗତ କରାଇଥିଲେ। ଏହି ଯାତ୍ରାରେ ସାଂସଦ ଶ୍ରୀ ପଣ୍ଡା ସମେତ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶିବ ପ୍ରସାଦ ମୁଣ୍ତ, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ, ନୂଆପଡ଼ା ଜିଲ୍ଲା ସଭାପତି ସୁବ୍ରତ ଠାକୁର, ମଣ୍ଡଳ ସଭାପତି ମାର୍କଣ୍ଡ ଗହିର, କେଦାରନାଥ ଜଗତ, ପୁସ୍ତମ ମଶରା, ନରହରି ହଂସ, ଶ୍ୟାମସୁନ୍ଦର ଅଗ୍ରୱାଲ, ମୁକେଶ ମେହେର, ବୃନ୍ଦାବତୀ ଖର୍ସେଲ, ମୁକେଶ ମେହେର, ସତୀଶ ଯୋଷୀ, ଧର୍ମେନ୍ଦ୍ର ପୁରୋହିତ ପ୍ରମୁଖ ଯୋଗଦାନ କରିଥିଲେ ।

Shares