Odisha news

ଉଦନ୍ତୀ ନଦୀରେ ବ୍ୟାରେଜ ନିର୍ମାଣ ଓ ଜଳସେଚନ ପାଇଁ ଜଳସମ୍ପଦ ମନ୍ତ୍ରୀ ଙ୍କୁ ଦାବିପତ୍ର ଦେଲେ ବିଜେଡି ପ୍ରତିନିଧି ମଣ୍ଡଳ।

ନୂଆପଡ଼ା-୧/୧୦ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି )ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ରେ ଜଳସେଚନ ସୁବିଧା ପାଇଁ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶ ଙ୍କୁ ସାକ୍ଷାତ ଆଲୋଚନା କରି ବିଜେଡି ପ୍ରତିନିଧି ମଣ୍ଡଳ ଦାବିପତ୍ର ପ୍ରଦାନ କରିଛନ୍ତି। ନୂଆପଡ଼ା ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ଓ ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ବଳିଷ୍ଠ ନେତୃତ୍ଵରେ ଏକ ପ୍ରତିନିଧି ମଣ୍ଡକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲା ଶେଷ ସୀମାରେ ଅବସ୍ଥିତ ସିନାପାଲି ବ୍ଲକ ଏକ ଚିର ମରୁଡି ପ୍ରବଣ ଅଞ୍ଚଳରୁପେ ବିଖ୍ୟାତ, ଏଠାରେ ଆବଶ୍ୟକ ଅନୁଯାୟୀ ଜଳସେଚନ ର ସୁବିଧା ନାହିଁ। କେବଳ ବର୍ଷା ଜଳ ଉପରେ ଚାଷବାସ କରିବାକୁ ଚାଷୀମାନେ ନିର୍ଭରଶୀଳ ହୋଇଥାନ୍ତି। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ପ୍ରତି ବର୍ଷ ଏଠାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥାଏ। ବାରମ୍ବାର ମରୁଡି ଯୋଗୁଁ ଅଞ୍ଚଳ ର ଚାଷି ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି। ଯାହା ଫଳରେ ଅଞ୍ଚଳର ଚାଷୀ ଓ କ୍ଷୁଦ୍ରଚାଷି, ମୂଲିଆ, ଖଟିଖିଆ ବର୍ଷର ଅନେକାଂଶ ସମୟରେ ପରିବାର ପ୍ରତିପୋଷଣ କରିବା ଉଦ୍ଧେଶ୍ୟ ରେ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ପଳାୟନ କରିବାକୁ ବାଧ୍ୟ ହୋଇଥାନ୍ତି। ଏପରିକି ଅଞ୍ଚଳରେ ମରୁଡ଼ି ସମସ୍ୟା ଯୋଗୁଁ ଅନାହାର ମୃତ୍ୟୁ, ଛୁଆ ବିକ୍ରୀ, ପଥରଖିଆ ଭଳି ଅନେକ ଗୁରୁତର ଅଭିଯୋଗ ସେତେବେଳେ ବିଶ୍ୱ ଦରବାର ରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଥିଲା ଓ ଲଜ୍ଜାକର ପରିସ୍ଥିତି ପ୍ରଶାସନ କୁ ସେତେ ବେଳେ କରିଥିଲା। ଏଭଳି ଏକ ଆଦିବାସୀ ହରିଜନ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳରେ ଜଳସେଚନ ର ସୁବିଧା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି ବୋଲି ଦାବୀରେ ଉଲ୍ଲେଖ ରହିଛି। ସେହିପରି ଆଖିଦୃଶିଆ କୌଣସି ଜଳସେଚନ ପ୍ରକଳ୍ପ ନ ଥିବା ବେଳେ ସିନାପାଲି ବ୍ଲକ ଠାରେ ହେବାକୁ ଥିବା ବହୁ ପ୍ରତିକ୍ଷିତ ଉଦନ୍ତୀ ବ୍ୟାରେଜ ନିର୍ମାଣ କର୍ଯ୍ୟ ସରକାରଙ୍କ ନାଲିଫିତା ତଳେ ରହିଯାଇଛି। ଏଥି ପ୍ରତି ପ୍ରଶାସନ ପକ୍ଷରୁ ସ୍ଥାନ ଚିହ୍ନଟ ସରିବାର ଦୁଇ ବର୍ଷ ପରେ ମଧ୍ୟ କାମ ଆରମ୍ଭ କରାଯାଇନାହିଁ ବୋଲି ଦାବୀ ପତ୍ର ରେ ଦର୍ଶାଇଛନ୍ତି। ସିନାପାଲି ବ୍ଲକ କୁ କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଜଳ ଅମଳ ପ୍ରକଳ୍ପ ର ବାମ କେନାଲ କୁ ସମ୍ପ୍ରସାରଣ କରି ସିନାପାଲି ର ତାଲାକୋଟ ପର୍ଯ୍ୟନ୍ତ ବୃଦ୍ଧି କଲେ ଅଞ୍ଚଳର ଜନସାଧାରଣ ସବୁଜ କ୍ରାନ୍ତି ର ବିପ୍ଳବ ସୃଷ୍ଟି କରିପାରିବେ ବୋଲି ପ୍ରକାଶ କରିଛନ୍ତି। ଜଳସମ୍ପଦ ମନ୍ତ୍ରୀ ଶ୍ରୀ ଦାଶ ଙ୍କ ସହିତ ସାକ୍ଷାତ ଆଲୋଚନା କରି ଏହାର ସମାଧାନ ଦିଗରେ ଆନ୍ତରିକତା ଦେଖାଇ ଶୀଘ୍ର ପଦକ୍ଷେପ ନେବାକୁ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳରେ ରେ ନୂଆପଡ଼ା ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଲମ୍ବୋଧର ନିଆଲ, ଜିଲ୍ଲା ସଭାପତି ମନୋଜ ମିଶ୍ର, ସିନାପାଲି ବ୍ଲକ ବିଜେଡ଼ି ସଭାପତି ବିରେନ୍ଦ୍ର ଖମାରୀ, ସମ୍ପାଦକ ଦୈତାରି ମେହେର, ଉଦନ୍ତୀ ୟୁଥ୍ କ୍ଲବ୍ ର ସଭାପତି ସୁରଜ ମେହେର, ଗରୁଡ଼ଧ୍ୱଜ ବେହେରା, ଗୋପୀନାଥ ବେହେରା ଏବଂ ସାମ୍ୱାଦିକ ଗୟାରାମ ମେହେର, ରାହୁଲ ରଣା ପ୍ରମୁଖ ଉପସ୍ଥିତ ରହିଥିଲେ। ଜଳ ସମ୍ପଦ ମନ୍ତ୍ରୀ ଶ୍ରୀ ଦାଶ ଉଦନ୍ତୀ ନଦୀରେ ବ୍ୟାରେଜ ନିର୍ମାଣ ଓ ଜଳ ସେଚନ ଦାବି ସିନାପାଲି ଅଞ୍ଚଳର ପ୍ରମୁଖ ଜନ ସମସ୍ୟା ରୂପେ ଅବଗତ ହୋଇ ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିନିଧି ମଣ୍ଡଳଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି

Govt

Comments are closed.